ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.) ଇନଫୋଭ୍ୟାଲି ଥାନା ଦେଉଳିଆପାଟଣା ରେ ଆଶ୍ରମ ରେ ଗୁଳିକାଣ୍ଡ ମାମଲା ଘଟଣାରେ 3ଜଣଙ୍କୁ ଅଟକ ରଖି ପୋଲିସ ଛାନବିନ କରୁଛି । ଏହା ସହ ଗୁଳିକାଣ୍ଡ ରେ ବ୍ୟବହୃତ ବନ୍ଧୁକ କୁ ପୋଲିସ ଜବତ କରିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ପୂର୍ବ ଶତ୍ରୁତା କୁ ନେଇ ଆଶ୍ରମ ର ବାବାକୁ ରାସ୍ତା ରୁ ହଟାଇବାକୁ ଯୋଜନା ହୋଇଥିଲା । ହେଲେ ବାବା ଖସି ଯାଇଥିଲେ । ଆଶ୍ରମର ଅନ୍ୟ କର୍ମଚାରୀ ଙ୍କ ଦେହରେ ଗୁଳି ବାଜିଥିଲା । ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଇନଫୋଭ୍ୟାଲି ପୋଲିସ ଓ ସ୍ପେଶାଲ ସ୍କୁଆର୍ଡ ଟିମ ଖୋଳ ତାଡ଼ କରୁଥିବା ଜଣା ପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ