ଜିଲ୍ଲାସ୍ତରୀୟ ଧନଧାନ୍ୟ କୃଷି ଯୋଜନା ସମାରୋହ ଆୟୋଜିତ
କେନ୍ଦୁଝର, ୧୧ ଅକ୍ଟୋବର (ହି.ସ.) - ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଧନଧାନ କୃଷି ଯୋଜନା ଓ ଜାତୀୟ ଡାଲି ମିଶନ ଉପଲକ୍ଷେ ଆଜି ଜୁଡ଼ିଆ ସ୍ଥିତ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ସଭାଗୃହରେ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ସମାରୋହକୁ କେନ୍ଦ
ଜିଲ୍ଲାସ୍ତରୀୟ ଧନଧାନ୍ୟ କୃଷି ଯୋଜନା ସମାରୋହ ଆୟୋଜିତ


କେନ୍ଦୁଝର, ୧୧ ଅକ୍ଟୋବର (ହି.ସ.) - ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଧନଧାନ କୃଷି ଯୋଜନା ଓ ଜାତୀୟ ଡାଲି ମିଶନ ଉପଲକ୍ଷେ ଆଜି ଜୁଡ଼ିଆ ସ୍ଥିତ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ସଭାଗୃହରେ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ସମାରୋହକୁ କେନ୍ଦୁଝରଗଡ଼ ମୁନିସିପାଲିଟିର ଚେୟାରମ୍ୟାନ ନିକୁ ସାହୁ ବୃକ୍ଷରେ ଜଳଦାନ କରି ଉଦଘାଟନ କରିଛନ୍ତି । ଉଦଘାଟନ ପର୍ବରେ ଜୁଡ଼ିଆ କୃଷି ଫାର୍ମର ମୁଖ୍ୟ କିଶୋର ସାହୁ ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସତ୍ୟବାନ ସୋରେନ ପ୍ରମୁଖ ସଭାମଂଚରେ ଉପସ୍ଥିତ ଥିଲେ । ଉକ୍ତ ସମାରୋହରେ ବିଭିନ୍ନ ବ୍ଲକରୁ ଆସିଥିବା କୃଷକ ଭାଇଭଉଣୀ, ବିଭିନ୍ନ ବିଭାଗର ଅଧିକାରୀ, କୃଷି ବୈଜ୍ଞାନିକ, କୃଷି ସମ୍ପ୍ରସାରଣକର୍ମୀ ପ୍ରମୁଖ ଆଭାସୀ ଯୋଜନା ମାଧ୍ୟମରେ, ମାନନୀୟ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦଘାଟିତ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଓ ଜାତୀୟ ଡାଲି ମିଶନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଓ ମୁଖ୍ୟ କୃଷି ବୈଜ୍ଞାନିକ କୃଷି ଜ୍ଞାନ କୌଶଳର ଉପଯୋଗ ସମ୍ବନ୍ଧରେ ବକ୍ତବ୍ୟ ରଖଥିଲେ ।

ମୁଖ୍ୟଅତିଥି ନିକୁ ସାହୁ କୃଷି ଜ୍ଞାନ କୌଶଳର ଉପଯୋଗ ଓ ବିଭିନ୍ନ ଯୋଜନାରେ ମିଳୁଥିବା ସୁବିଧାକୁ ଉପଯୋଗ କରି ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବାକୁ ଉପସ୍ଥିତ କୃଷକ ଭାଇଭଉଣୀଙ୍କୁ ଅନୁରୋଧ କରିଥିଲେ । ଶେଷରେ କେନ୍ଦୁଝର ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଶ୍ୱଜୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande