ଭୁବନେଶ୍ୱର, ୧୧ ଅକ୍ଟୋବର (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରେ ଆକ୍ୱା ପାର୍କ ଓ ଭୁବନେଶ୍ୱରରେ ଅତ୍ୟାଧୁନିକ ମାଛ ବଜାର ପାଇଁ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରଧାନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।
ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିସି ଜରିଆରେ ସମ୍ବଲପୁର ହୀରାକୁଦରେ ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ୧୦୦ କୋଟି ଟଙ୍କା ବ୍ୟୟରେ ‘ଅତ୍ୟାଧୁନିକ ସମନ୍ୱିତ ଆକ୍ୱାପାର୍କ’ ଏବଂ ୫୯.୧୩ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ପାଣ୍ଡରାରେ ‘ଅତ୍ୟାଧୁନିକ ପାଇକାରୀ ମାଛ ବଜାର’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପୂର୍ବୋଦୟ ମିଶନରେ ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।
ପ୍ରଧାନମନ୍ତ୍ରୀଙ୍କ କରକମଳରେ ରାଷ୍ଟ୍ର ଉଦ୍ଦେଶ୍ୟରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ୪୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଓ ଯୋଜନା ଉଦଘାଟନ ହୋଇଛି । ୨୪,୦୦୦ କୋଟି ଟଙ୍କା ବ୍ୟୟବରାଦରେ 'ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା' ସହ ୧୧,୪୪୦ କୋଟି ଟଙ୍କା ବ୍ୟୟବରାଦ ସହିତ ଡାଲିରେ ଆତ୍ମନିର୍ଭରଶୀଳତା ମିଶନ ଏବଂ ପଶୁପାଳନ, ମତ୍ସ୍ୟପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏକାଧିକ ଯୋଜନାର ଶୁଭାରମ୍ଭ ଯୁଗାନ୍ତକାରୀ ପଦକ୍ଷେପ । ଏହି କାର୍ଯ୍ୟକ୍ରମ କୃଷି ଉତ୍ପାଦ ସଂଗଠନ (ଏଫପିଓ) ସହ ଚାଷ, ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ଗଠନକୁ ସୁଦୃଢ଼ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା