ବଲାଙ୍ଗୀର, ୧୧ ଅକ୍ଟୋବର(ହି.ସ.) – ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗୀର ତରଫରୁ, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବିଶ୍ୱ ମାନସିକ ଦିବସ, ଏ.ଏନ୍.ଏମ୍ ଟ୍ରେନିଂ ସେଂଟର ଠାରେ ପାଳନ କରାଯାଇଅଛି। କାର୍ଯ୍ୟକ୍ରମଟି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନମିତା ମିଶ୍ର(ଭାରପ୍ରାପ୍ତ ଅଧିକାରୀ)ଙ୍କର ମାର୍ଗଦର୍ଶକରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସେକ୍ରେଟାରୀ ପବିତ୍ରାନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ମାନସିକ ରୋଗୀର ଅଧିକାର ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଦିବ୍ୟ କିଶୋର ପତି, ମାନସିକ ରୋଗ ଲକ୍ଷଣ ଓ ନିରାକରଣ ଉପରେ ଉପସ୍ଥାପନ କରିଥିଲେ। ପୂର୍ବତନ ମାନସିକ ବିଭାଗର ପରିଚାଳକ ସୁଖୀଶ୍ୟାମ ତ୍ରିପାଠି, ମାନସିକ ରୋଗୀମାନଙ୍କର ସେବା ଓ ଥଇଥାନ ବିଷୟରେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ ଭୀମ ଭୋଇ ମେଡିକାଲ କଲେଜ, ମାନସିକ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଡା. ଆଶିର୍ବାଦ ଶତପଥୀ, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଅଧିକାରୀ ଡା. ଅନିଲ କୁମାର ନାୟକ, ଏ.ଏନ୍.ଏମ୍ ଟ୍ରେନିଂ ସେଂଟର ଅଧ୍ୟକ୍ଷା ବିନୋଦିନୀ ଦାସ, ଜିଲ୍ଲା ଅବକାରୀ ବିଭାଗର କର୍ମଚାରୀ ବୃନ୍ଦ, ଜିଲ୍ଲା ଆରକ୍ଷୀ ବିଭାଗର କର୍ମଚାରୀବୃନ୍ଦ, ରେଡକ୍ରସ ସଦସ୍ୟ ବୃନ୍ଦ, ସରକାରୀ ନର୍ସିଂ ବିଦ୍ୟାଳୟ ଛାତ୍ରୀ ଓ ଅଧ୍ୟାପିକାମାନେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେବକ ଓ ସେବିକ ବୃନ୍ଦ ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ଜିଲ୍ଲା ନିଶା ନିବାରଣ କେନ୍ଦ୍ରର ସଦସ୍ୟଗଣ ଉପସ୍ଥିତ ରହିଥିଲେ। ମାନସିକ ସାମାଜିକ କର୍ମୀ ମଳୟ କୁମାର ନାଗ ସଭାଟିକୁ ପରିଚାଳନା କରିଥିଲେ। ଏହି ଦିବସ ଉପଲକ୍ଷେ ଏକ ରାଲି ଓ ପଥପ୍ରନ୍ତ ନାଟକ ପରିବେଷଣ କରାଯାଇଥିଲା। ଶେଷରେ କ୍ଲନିକାଲ ସାଇକୋଲୋଜିଷ୍ଟ ସୁଶ୍ରୀ ପ୍ରିୟା ପ୍ରତୀକ୍ଷା ଧାରୁଆ ଉପସ୍ଥିତ ସଦସ୍ୟବୃନ୍ଦଙ୍କୁ ଧନ୍ୟବାଦ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ