କେନ୍ଦୁଝର, ୧୧ ଅକ୍ଟୋବର (ହି.ସ.) - ପାଟଣା ବନାଂଚଳରେ ଏକ ସପ୍ତାହ ହେବ ୪ ଟି ଦନ୍ମାହତୀ ଉତ୍ପାତ ଜାରୀ ରଖୁଛନ୍ତି। ଗତକାଲି ରାତିରେ ଡିଆନାଳୀ ଆଡରୁ ଆସି ସିଧା ଗୁଳୁଦିପଶି ପ୍ରାଥମିକ ବିଦ୍ୟାଳୟ ପରିସରରେ ପଶି ବିଦ୍ୟାଳୟ ପାଚେରୀ ଭାଙ୍ଗି ଦେଇଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ରହିଥିବାରୁ ପାଚେରୀ ଭାଙ୍ଗି ପଶି ଭାଙ୍ଗି ଦେଇଥୁବା ଦେଖୁବାକୁ ମିଳିଛି। ତେବେ ଛାତ ଘର ଭିତରେ ମଧ୍ୟାହ୍ନ ଭୋଜନ ଚାଉଳ ଥୂବାରୁ ତାହା ଖାଇ ନଥିବା ଜଣାପଡ଼ିଛି। ଆଜି ସକାଳୁ ସକାଳୁ ଏହି ୪ ଟିକିଆ ଦନ୍ତାହାତୀ ଜମୁନାପଶି ଜଙ୍ଗଲକୁ ଚାଲି ଯାଇଛନ୍ତି। ତେବେ ସ୍କୁଲ ପାଚେରୀ, ଶୌଚାଳୟ ଘର ଭାଙ୍ଗିବା ସହିତ ଲୋକମାନଙ୍କ ଧାନ ଖାଇ ନଷ୍ଟ କରିଛନ୍ତି। ଲୋକଙ୍କ ମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA