କେନ୍ଦୁଝର, ୧୧ ଅକ୍ଟୋବର (ହି.ସ.)- କେନ୍ଦୁଝର ଛାଡି ମୟୁରଭଞ୍ଜ ମୁହାଁ ହୋଇଚନ୍ତି ୩୦ ଟିକିଆ ହାତୀ ପଲ । ଏହି ହାତୀ ପଲ ମଧ୍ୟରେ ୧୧ଟି ଦନ୍ତା, ୧୨ଟି ମାଈ ଓ ୭ଟି ଛୁଆ ହାତୀ ଅଛନ୍ତି। ବୈତରଣୀ ନଦୀ ପାର ହେଉଥିବା ସମୟରେ ଟାପୁରେ ଅଟକି ରହିଛନ୍ତି ହାତୀପଲ। କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖୂରେଇଟାଙ୍ଗିରୀ ସେକ୍ସନ ତୁରୁମୁଙ୍ଗା ନମ୍ବର ୩ ଧାରିଆ ନିକଟରେ ହାତୀପଲ ନଦୀପାର ହୋଇ ଯାଉଥିବା ସମୟରେ ଗତକାଲି ରାତି ଠାରୁ ଟାପୁରେ ଅଟକି ରହିଛନ୍ତି। ବିଳମ୍ବିତ ରାତିରେ ହାତୀପଲ ଡୁମୁରିଗୁଡା ନିକଟରେ ୪୯ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ବୈତରଣୀ ନଦୀ ପାର ହୋଇ ମୟୂରଭଞ୍ଜରେ ରହିଛନ୍ତି। ଜିଲ୍ଲା ପଟକୁ ଯାଉଥିବା ସମୟରେ ନଦୀ ମଝିରେ ଥିବା ଏକ ଟାପୁରେ ଅଟକି ରହିଛନ୍ତି। ଉଭୟ ପାର୍ଶ୍ବରେ ଲୋକଙ୍କ ଭିଡ଼ ଜମୁଥିବା ଯୋଗୁଁ ହାତୀପଲ ଅଟକି ରହିଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଓ ମୟୁରଭଞ୍ଜ ଉଭୟ ଜିଲାର ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ କଡା ନଜର ରଖିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA