ଜୟପୁର,୧୧ ଅକ୍ଟୋବର (ହି.ସ.) - ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା କେରଳ ରାଜ୍ୟର ବାଇଜୁ ଜେ (୪୮) । ସୂଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ରେଳ ଷ୍ଟେସନ ନିକଟରେ ଅବକାରି ଥାନା ଚଢାଉ କରିଛି । ଟ୍ରେନରେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ସୁଚନା ପାଇ ଚଢାଉ କରି ୪ କେଜି ଶେହେ ଗ୍ରାମ ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତକୁ ସଂନ୍ଧ୍ୟା ୭ଟାରେ କୋର୍ଟ ଚାଲଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି