ଘର ପଛରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ହତ୍ୟାକାଣ୍ଡ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ୍ୟ, ଏସପିଙ୍କୁ ଭେଟିଲେ ପରିବାର ସଦସ୍ୟ,
ଘର ପଛରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ହତ୍ୟାକାଣ୍ଡ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ୍ୟ, ଏସପିଙ୍କୁ ଭେଟିଲେ ପରିବାର ସଦସ୍ୟ,
Ghara Pachharu mruta deha ghatana


ଘର ପଛରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା,

ହତ୍ୟାକାଣ୍ଡ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ୍ୟ,

ଏସପିଙ୍କୁ ଭେଟିଲେ ପରିବାର ସଦସ୍ୟ,

ବାରିପଦା- ହିସ, ୧୧/୧୦:- ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ହାତୀମଡ଼ା ଗ୍ରାମରେ ଯୁବକଙ୍କ ସନ୍ଦେହ ଜନକ ଅବସ୍ଥାରେ ଘର ପଛରୁ ମୃତଦେହ ଉଦ୍ଧାର ଘଟଣା ଏକ ଭିନ୍ନ ମୋଡ଼ ନେଇଛି। ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବାର ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ୍ୟ ରହିଛି ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ପରିବାର ଲୋକେ ଶନିବାର ଏସପି ବରୁଣ ଗୁଣ୍ଟୁପାଳିଙ୍କୁ ଭେଟି ଅଭିଯୋଗ ବାବଦରେ ଜଣାଇଛନ୍ତି। ହାତୀମଡ଼ା ଗ୍ରାମର ଯୁବକ ଶାନ୍ତିରଞ୍ଜନ ନାଏକଙ୍କ ମୃତଦେହ ଗତ ସେପ୍ଟେମ୍ବର ୧ତାରିଖ ସକାଳୁ ଘର ପଛ ପଟୁ ଉଦ୍ଧାର ହୋଇଥିଲା। ସେ ତା ପୂର୍ବ ଦିନରୁ ସାଙ୍ଗ ମାନଙ୍କ ସହିତ ଯାଇଥିବା ବେଳେ ଘରୁ ଆସିନଥିଲେ। କିନ୍ତୁ ତହିଁ ପରଦିନ ଘର ପଛରେ ତାଙ୍କର ମୃତଦେହ ପଡିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ। ଚାନ୍ଦୁଆ ଥାନା ପୁଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ଆସି ତଦନ୍ତ କରିଥିଲେ। ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଥିଲେ। ତେବେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବା ବୋଲି ପୁଲିସ କହିଥିଲେ। କିନ୍ତୁ ପୁଲିସ ରିପୋର୍ଟ ଆସିନଥିବା କହି ତଦନ୍ତ ପ୍ରକ୍ରିୟାକୁ ଘୁଞ୍ଚାଇ ଚାଲିଛନ୍ତି। ତାଙ୍କ ପୁଅକୁ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ସହ ଦୁଇ ଜଣକୁ ସନ୍ଦେହ ନେଇ ପୁଲିସକୁ ଜଣାଇଥିଲେ। କିନ୍ତୁ ମାସେରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ସୁଦ୍ଧା ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ରହିଛି। ଅଭିଯୋଗ ପରେ ମଧ୍ୟ ପୁଲିସ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଯାହାକୁ ନେଇ ଚାନ୍ଦୁଆ ପୁଲିସର ତଦନ୍ତ ପ୍ରକ୍ରିୟାକୁ ସନ୍ଦେହ କରି ପିତା ସହଦେବ ନାଏକ ଏସପି ଶ୍ରୀ ଗୁଣ୍ଟୁପାଳିଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ଅଭିଯୋଗ ବାବଦରେ ଏସପି ଜାଣିବା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚାନ୍ଦୁଆ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande