ବାରିପଦା, ୧୧ ଅକ୍ଟୋବର (ହି.ସ.)- ବାରିପଦା ସହର ଉପକଣ୍ଠ ଲକ୍ଷ୍ମୀପୋଷି ଅଞ୍ଚଳରେ ଚୋରା ମଦ କାରବାରକୁ ରୋକିବାରୁ ପୋଲିସକୁ ଗାଳିଗୁଲଜ ସହ ପୁଲିସର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଏନେଇ ଭଞ୍ଜପୁର ଥାନାର ଏଏସଆଇ ସମୀର ସେନାପତିଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ କରାଯାଇଛି। ସେ ଅନ୍ୟ ଥାନା କର୍ମଚାରୀ ମାନଙ୍କ ସମେତ ସନ୍ଧ୍ୟାକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଚୋରା ମଦ କାରବାର ନେଇ ଖବର ପାଇଥିଲେ। ଯାହାକୁ ନେଇ ଲକ୍ଷ୍ମୀପୋଷି କେନାଲ କଡ଼ରେ ଥିବା ଏକ ପାନ ଦୋକାନରେ ଚଢ଼ଉ କରିଥିଲେ। ଉକ୍ତ ସମୟରେ ଦୋକାନର ମାଲିକ ସୁଦର୍ଶନ ପୁଟି ଓ ତାଙ୍କ ସ୍ତ୍ରୀ ରାଜଶ୍ରୀ ପୁଟି ପୋଲିସଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଯାହାକୁ ନେଇ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୋଗ କ୍ରମେ ଉଭୟଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ