କୋରୁକୋଣ୍ଡା ବ୍ଲକ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା
ମାଲକାନଗିରି, ୧୧ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ମାନସ ମାଡକାମିଙ୍କ ଆହ୍ୱାନ କ୍ରମେ ଆଜି କୋରୁକୋଣ୍ଡା ଠାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବ୍ଳକ ସଭାପତି ତ୍ରିଲୋଚନ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ କୋରୁକୋଣ୍ଡା ବସଷ୍ଟାଣ୍ଡ ଠାରୁ ଶୋ
କୋରୁକୋଣ୍ଡା ବ୍ଳକ ବିଜୁ ଜନତା ଦଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ


ମାଲକାନଗିରି, ୧୧ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ମାନସ ମାଡକାମିଙ୍କ ଆହ୍ୱାନ କ୍ରମେ ଆଜି କୋରୁକୋଣ୍ଡା ଠାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବ୍ଳକ ସଭାପତି ତ୍ରିଲୋଚନ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ କୋରୁକୋଣ୍ଡା ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟଳୟ ପର୍ଯ୍ୟନ୍ତ ବିଭିନ୍ନ ନାରାବାଜି କରି ଯାଇଥିଲେ। ବିଗତ ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ଗୁଣଗାନ କରିବା ସହ ବର୍ତମାନ ବିଜେପି ସରକାର ଓଡ଼ିଶାରେ ଦେଢ ବର୍ଷରୁ ଉର୍ଦ୍ଧ୍ୱ ଶାସନ ଭାର ଗ୍ରହଣ କରିଥିଲେ ସୁଦ୍ଧା କୌଣସି ଉନ୍ନତି କରିପାରି ନାହାନ୍ତି ମିଛ କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଭୋଟ ଚୋରି କରି ଶାସନକୁ ଆସିଯାଇଛନ୍ତି କିନ୍ତୁ ଲୋକମାନଙ୍କର ଉନ୍ନତି ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ବର୍ତମାନ ବିଜେପି ସରକାର ଖଣି ଚୋରି, ପାଣି ଚୋରି ଓ ଚାକିରୀ ଚୋରି କରିବା ସହ ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହି ରାଜ୍ୟରେ ନାରୀ ହତ୍ୟା, ଦୁଷ୍କର୍ମ ଭଳି ବିଭିନ୍ନ ଅରାଜକତା ବ୍ୟାପି ଯାଇଛି। ଯାହାକି ଜନ ସମ୍ପର୍କ ପଦଯାତ୍ରା ମାଧ୍ୟମରେ ଗାଁ ଗାଁ ଯାଇ ବିଜେପି ଡବଲ ଇଞ୍ଜିନ ସରକାର ଅସଲ ମୁଖା ଖୋଲା ଯାଇଛି।

ଏହି କାର୍ଯ୍ୟକ୍ରମରେ ଗୋପାଳ କୃଷ୍ଣ ପଣ୍ଡା, ଲକ୍ଷ୍ମୀପ୍ରିୟା ନାୟକ, ଘନଶ୍ୟାମ ମାଡକାମି, ବିକାଶ ଚନ୍ଦ୍ର ମଣ୍ଡଳ, ସତ୍ୟ ପାଣିଗ୍ରାହୀ, ମାଧବ ସାବତ, ଉମା ଶଙ୍କର ସାହୁ, ବିଜୟ ଲକ୍ଷ୍ମୀ ପଡିଆମି, ଦହନା ତାଙ୍ଗୁଲୁ ଓ ବିଭିନ୍ନ ସରପଞ୍ଚ, ସମିତିସଭ୍ୟ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande