ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଶ୍ରୀ ପ୍ରଧାନ ସୋସିଆଲ ମିଡିଆ ମାଧ୍ୟମରେ ଜୟପ୍ରକାଶ ଜୀଙ୍କୁ ସ୍ମରଣ କରି ଲେଖିଛନ୍ତି, “ଲୋକନାୟକ ଜୟପ୍ରକାଶ ନାରାୟଣ ଜୀଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି । ଭାରତୀୟ ଗଣତନ୍ତ୍ରର ଇତିହାସରେ ଜୟପ୍ରକାଶ ଜୀ ସେହି ତେଜସ୍ବୀ ବ୍ୟକ୍ତିତ୍ୱ, ଯିଏ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଜନଶକ୍ତିକୁ ଏକତ୍ର କରି ସତ୍ତାର ଅହଂକାରକୁ ଧ୍ୱଂସ କରିଥିଲେ। ତାଙ୍କ ସମଗ୍ର ଜୀବନ ସତ୍ୟ, ନୈତିକତା ଓ ଗଣତନ୍ତ୍ରର ସର୍ବୋଚ୍ଚ ମୂଲ୍ୟବୋଧ ସୁରକ୍ଷାରେ ସମର୍ପିତ ଥିଲା ।”
ସେ ଆହୁରି କହିଛନ୍ତି, “‘ସମ୍ପୂର୍ଣ୍ଣ କ୍ରାନ୍ତି’ ତାଙ୍କ ଆହ୍ୱାନ କେବଳ ଏକ ଆନ୍ଦୋଳନ ନୁହେଁ, ଏହା ଭାରତର ଆତ୍ମସମ୍ମାନ, ସ୍ୱାଭିମାନ ଓ ସଂବିଧାନିକ ଚେତନାର ପୁନର୍ଜାଗରଣ ଥିଲା। ଲୋକନାୟକ ଜୟପ୍ରକାଶ ନାରାୟଣ ଜୀ ସଦା ଆମ ସମସ୍ତଙ୍କ ପାଇଁ ପ୍ରେରଣାସ୍ତ୍ରୋତ ହିସାବରେ ରହିବେ।”
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ