ମଦ୍ୟପ ସ୍ୱାମୀର ଉନ୍ମତକାଣ୍ଡ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ବାରିପଦା, ୧୧ ଅକ୍ଟୋବର (ହି.ସ.) - ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିଦେଇଛି। ଏହିପରି ହତ୍ୟାକାଣ୍ଡ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାଲେଇବେଡା ଗ୍ରାମପଂଚାୟତ ଅନ୍ତର୍ଗତ ଆସନକୁଦର ଗ୍ରାମ ପୁରୁଣା ଖେଡ଼ିଆ ସାହିରେ ଘଟିଛି। ସୂଚନା ଅନୁଯାୟୀ ଆସନକୁଦର ଗ୍ରାମରେ ଥିବା ପୁରୁଣାସାହିରେ
Stri hatyakari swami


Stri hatyakari swami


Stri hatyakari swami


ବାରିପଦା, ୧୧ ଅକ୍ଟୋବର (ହି.ସ.) - ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିଦେଇଛି। ଏହିପରି ହତ୍ୟାକାଣ୍ଡ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାଲେଇବେଡା ଗ୍ରାମପଂଚାୟତ ଅନ୍ତର୍ଗତ ଆସନକୁଦର ଗ୍ରାମ ପୁରୁଣା ଖେଡ଼ିଆ ସାହିରେ ଘଟିଛି। ସୂଚନା ଅନୁଯାୟୀ ଆସନକୁଦର ଗ୍ରାମରେ ଥିବା ପୁରୁଣାସାହିରେ ଖଡ଼ିଆ ଜନ ଜାତିର କିଛି ପରିବାର ରୁହନ୍ତି। ସୁବୁଦ୍ଧି ଦେହୁରୀ (୫୫) କୌଣସି କାରଣରୁ ସ୍ତ୍ରୀ ଟୁନି ଦେହୁରୀ ସହ ବଚସା ହୋଇଥିଲା। ଏଥିରେ ସୁବୁଦ୍ଧି ଉତକ୍ଷିପ୍ତ ହୋଇ ଘର ଭିରରେ ଥିବା ଟାଙ୍ଗିଆ ଆଣି ସ୍ତ୍ରୀ ବେକକୁ ହାଣି ହତ୍ୟା କରିଥିଲେ। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟନସ୍ଥଳରେ ପହଂଚି ଶବକୁ ଜବତ କରି ସ୍ୱାମୀ ସୁବୁଦ୍ଧିକୁ ଆଣି ଥାନାରେ ଅଟକ ରଖିଛନ୍ତି। ସାଇଂଟିଫିକ୍ ଟିମକୁ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande