ଭୁବନେଶ୍ୱର – କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ‘ଭାରତ ରତ୍ନ’ ଶ୍ରଦ୍ଧେୟ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରିଛନ୍ତି।
ଶ୍ରୀ ପ୍ରଧାନ ସୋସିଆଲ ମିଡିଆ ମାଧ୍ୟମରେ ନାନାଜୀଙ୍କୁ ସ୍ମରଣ କରି ଲେଖିଛନ୍ତି, “ପ୍ରଖର ରାଷ୍ଟ୍ରବାଦୀ ଚିନ୍ତକ ଏବଂ ଭାରତୀୟ ଜନସଂଘର ସଂସ୍ଥାପକ ସଦସ୍ୟ ‘ଭାରତ ରତ୍ନ’ ଶ୍ରଦ୍ଧେୟ ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ମୁଁ ତାଙ୍କୁ କୃତଜ୍ଞତାପୂର୍ଣ୍ଣ ନମନ କରୁଛି।”
ସେ ଅଧିକ କହିଛନ୍ତି, “‘ରାଷ୍ଟ୍ରଋଷି’ ନାନାଜୀ ନିଜ ଜୀବନକୁ ରାଷ୍ଟ୍ର ଓ ସମାଜର କଳ୍ୟାଣ ପାଇଁ ସମର୍ପିତ କରିଥିଲେ। ସେ ଗ୍ରାମୋଦୟ, ଶିକ୍ଷା ଓ ସ୍ୱାବଲମ୍ବନ ମାଧ୍ୟମରେ ଗ୍ରାମୀଣ ଭାରତରେ ଏକ ପରିବର୍ତ୍ତନଶୀଳ ବିକାଶ ଧାରା ସୃଷ୍ଟି କରିଥିଲେ, ଯାହା ଆତ୍ମନିର୍ଭରତାର ଭାବନାକୁ ଦୃଢ କରିଛି ନାନାଜୀଙ୍କ ଜୀବନ ତପସ୍ୟା, ତ୍ୟାଗ ଓ ସମର୍ପଣର ଗାଥା — ଯାହା ଆଗାମୀ ପିଢିଙ୍କୁ ସଦା ରାଷ୍ଟ୍ରହିତରେ କାର୍ଯ୍ୟ କରିବାକୁ ପ୍ରେରିତ କରୁଥିବ।”
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ