ବିଜେଡ଼ି ପ୍ରାର୍ଥୀଙ୍କୁ ହାଇଜାକ କରୁଛି ବିଜେପି - ପିସିସି ସଭାପତି
ଭୁବନେଶ୍ୱର, ୧୧ ଅକ୍ଟୋବର (ହି.ସ.) - ବିଜେପି ଦଳରେ ଜୟ ହୋଲକିଆ ଯୋଗ ଦେବା ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରତିକ୍ରିୟା ରଖିି କହିଛନ୍ତି ବିଜେପି ଆଜି ପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିପାରିଲା ନାହିଁ। ସେଥିପାଇଁ ବିଜେଡ଼ି ପ୍ରାର୍ଥୀଙ୍କୁ ହାଇଜାକ କରୁଛନ୍ତି। ସେଠାରେ ବିଜେପି ପୂର୍
ବିଜେଡ଼ି ପ୍ରାର୍ଥୀଙ୍କୁ ହାଇଜାକ କରୁଛି ବିଜେପି - ପିସିସି ସଭାପତି


ଭୁବନେଶ୍ୱର, ୧୧ ଅକ୍ଟୋବର (ହି.ସ.) - ବିଜେପି ଦଳରେ ଜୟ ହୋଲକିଆ ଯୋଗ ଦେବା ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରତିକ୍ରିୟା ରଖିି କହିଛନ୍ତି ବିଜେପି ଆଜି ପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିପାରିଲା ନାହିଁ। ସେଥିପାଇଁ ବିଜେଡ଼ି ପ୍ରାର୍ଥୀଙ୍କୁ ହାଇଜାକ କରୁଛନ୍ତି। ସେଠାରେ ବିଜେପି ପୂର୍ବତନ ସାଂସଦ, ବିଧାୟକ ଏବଂ ଅନେକ କର୍ମଠ ବ୍ୟକ୍ତି ଥିଲେ ମଧ୍ୟ ତାଙ୍କୁ ପ୍ରାର୍ଥୀ କରିଲା ନାହିଁ କି ଆସା୍ଥ ରଖିଲା ନାହିଁ ବିଜେପି।କେତେ ଦୂର ସତ ମୁଁ ଜାଣିନାହିଁ କିନ୍ତୁ ଶୁଣିଛି ଧମକ ଦେଇ ଟଙ୍କା ଦେଇ ପାର୍ଥୀ କିଣୁଛି ବିଜେପି। ସେପଟେ ବିଜେଡିର ପତନ ହୋଇଚାଲିଛି। ବିଜେଡ଼ି ମୁଖ୍ୟ ବିରୋଧୀ ଦଳର ଭୂମିକା ନିର୍ବାହ କରିପାରୁନାହିଁ।

କଂଗ୍ରେସ ପାର୍ଥୀଙ୍କୁ ମଧ୍ୟ ହାଇଜାକ କରିବାକୁ ଚେଷ୍ଟା କରୁଥିଲେ ହେଲେ କରିପାରିଲେ ନାହିଁ। ଘାସିରାମ ମାଝୀ ୫ ଥର ନିର୍ବାଚନ ହାରିଛନ୍ତି। ନୂଆପଡା ଲୋକ ମଧ୍ୟ କହିଲେ ଏଥର ଘାସିରାମଙ୍କୁ ସମର୍ଥନ ଦେବେ। ଯେଉଁମାନେ କଂଗ୍ରେସ ଦଳକୁ ଆସିବାକୁ ଚାହୁଁଛନ୍ତି, ସେମାନଙ୍କୁ ଆମେ ନୈତିକ ସମର୍ଥନ ଦେଇପାରିବୁ। ବିଜେଡି ଏବଂ ବିଜେପି ଏବେ ଆତଙ୍କିତ କିନ୍ତୁ ଆମେ ଦୃଢତାର ସହ ଆଗକୁ ବଢ଼ୁଛୁ ବୋଲି କହିଛନ୍ତି ପିସିସି ସଭାପତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande