କେନ୍ଦୁଝର, ୧୧ ଅକ୍ଟୋବର (ହି.ସ.)- ଝୁମ୍ପୁରା ବ୍ଲକ ଗୁମୁରା ପଂଚାୟତ ଠାରେ ବିଜେଡି ବ୍ଲକ ସଭାପତି ଡମ୍ବରୁଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବିଜେଡି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ନାରଦପୁର, ନିଶ୍ଚିନ୍ତପୁର ଏବଂ ଗୁମୁରା ପଂଚାୟତ ଗୁଡିକରୁ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ। ଏହା ବ୍ୟତୀତ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ସଭାପତି ମାଧବ ସର୍ଦାର, ବରିଷ୍ଠ ଉପସଭାପତି ପ୍ରମୋଦ ପଟ୍ଟନାୟକ, ବ୍ଲକ ଚେୟାରମ୍ୟାନ ମାଳତୀ ନାଏକ, ଗୁମୁରା ସରପଂଚ ତପନ ନାଏକ, ନାରଦପୁର ପଂଚାୟତ ସଭାପତି ଅଖିଳ ଚନ୍ଦ୍ର ବାରିକ, ନାରଦପୁର ସମିତି ସଭ୍ୟ ଅଯୋଧ୍ୟା ନାଏକ, ନିମାଇଁ ମହାନ୍ତି, ଅମିତ ବାରିକ, ଶିବନାଥ ସର୍ଦାର, ନିଶ୍ଚିନ୍ତପୁର ପଂଚାୟତ ପୂର୍ବତନ ସରପଂଚ ଜ୍ଞାନ ମୁଣ୍ଡା, ରୟା ମହାନୁ ନବୀନ ମହାକୁଡ଼ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ ନେତୃବର୍ଗଙ୍କୁ ସହଯୋଗ ଅକ୍ଷୁର୍ଣ୍ଣ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA