ସମ୍ବଲପୁର, ୧୧ ଅକ୍ଟୋବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସାଧନର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ନେଇ ଶିଶୁ ମହୋତ୍ସବ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସୁରଭି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଶିନୀ ନାଏକ, ତିଲେଇମାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାନନ୍ଦ ମହାପାତ୍ର ଏବଂ ଗୁଲୁଜିପାଳି ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ମହାନନ୍ଦିଆ ଉଦଘାଟନ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ । ଉଦ୍ ଯାପନ ଉତ୍ସବରେ ଫାଶୀମାଳ ଅଞ୍ଚଳର ପ୍ରସିଦ୍ଧ କଳାକାର ଲଲିତ ଦାସ , ଫାଶୀମାଳ ମହାବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତ୍ସାରାଣୀ ଦଳବେହେରା , ଜମନକିରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଅଧୁନାର ସମିତି ସଭ୍ୟ କେଦାରନାଥ ବରିହା ଉପସ୍ଥିତି ରହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ନିଜ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଗୋପାଳଜୀ ନାଏକଙ୍କ ତତ୍ତ୍ଵାବଧାନରେ ତଥା ଆଞ୍ଚଳିକ ସାଧନକେନ୍ଦ୍ର ଫାଶୀମାଳ ଅନ୍ତର୍ଗତ ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ,ଅଧ୍ୟକ୍ଷ , ଅଧ୍ୟାପିକା ତଥା ଅଭିଭାବକଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମଟି ସାଫଲ୍ୟ ଅର୍ଜନ କରିଥିଲା l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ