ଶ୍ରୀ ଗଣେଶ ଉଚ୍ଚ ବିଦ୍ୟାଳୟରେ ମହାରାଣୀ ଲକ୍ଷ୍ମୀବାଇ ଆତ୍ମାରକ୍ଷା ପ୍ରଶିକ୍ଷଣ ଶିବିର
ସମ୍ବଲପୁର, ୧୧ ଅକ୍ଟୋବର (ହି.ସ.) - ପ୍ରତିକୂଳ ପରିସ୍ଥିତିରେ ଝିଅ ମାନଙ୍କୁ ସୁରକ୍ଷା ଦେବ ଏହି ପ୍ରଶିକ୍ଷଣ'' ଆଜିକାଲି ଯେମିତି ଅସାମାଜିକ ତତ୍ୱ ଙ୍କର ଦୌରାମ୍ୟ ବଢ଼ି ବଢ଼ି ଚାଲିଛି । ସେହି ଦୃଷ୍ଟିରୁ ସାଧାରଣ ଲୋକ ମାନେ ଯେତେ ଆତଙ୍କିତ ତାଠାରୁ ବେଶି ଅସୁରକ୍ଷିତ ଝିଅ ତଥା ନାରୀ ମାନେ । ଏହାକୁ ଦୃଷ୍ଟ
ଶ୍ରୀ ଗଣେଶ ଉଚ୍ଚ ବିଦ୍ୟାଳୟରେ ମହାରାଣୀ ଲକ୍ଷ୍ମୀବାଇ ଆତ୍ମାରକ୍ଷା ପ୍ରଶିକ୍ଷଣ ଶିବିର


ଶ୍ରୀ ଗଣେଶ ଉଚ୍ଚ ବିଦ୍ୟାଳୟରେ ମହାରାଣୀ ଲକ୍ଷ୍ମୀବାଇ ଆତ୍ମାରକ୍ଷା ପ୍ରଶିକ୍ଷଣ ଶିବିର


ସମ୍ବଲପୁର, ୧୧ ଅକ୍ଟୋବର (ହି.ସ.) - ପ୍ରତିକୂଳ ପରିସ୍ଥିତିରେ ଝିଅ ମାନଙ୍କୁ ସୁରକ୍ଷା ଦେବ ଏହି ପ୍ରଶିକ୍ଷଣ'

ଆଜିକାଲି ଯେମିତି ଅସାମାଜିକ ତତ୍ୱ ଙ୍କର ଦୌରାମ୍ୟ ବଢ଼ି ବଢ଼ି ଚାଲିଛି । ସେହି ଦୃଷ୍ଟିରୁ ସାଧାରଣ ଲୋକ ମାନେ ଯେତେ ଆତଙ୍କିତ ତାଠାରୁ ବେଶି ଅସୁରକ୍ଷିତ ଝିଅ ତଥା ନାରୀ ମାନେ । ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ନାରୀକୁ ସଶକ୍ତ ଓ ଆତ୍ମ ନିର୍ଭରଶୀଳ କରିବା ପାଇଁ ସରକାରୀ ସ୍ତରରେ ଅନେକ ଗୁଡିଏ ଯୋଜନା ପ୍ରଣୟନ ହେଉଛି । ସେହିପରି ଆଜିକାଲି ରାଷ୍ଟ୍ରୀୟ ସ୍ତରରେ ହାଇସ୍କୁଲ ମାନଙ୍କରେ ମଧ୍ୟ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରୀ ( ଝିଅ) ମାନଙ୍କୁ ଆତ୍ମାରକ୍ଷା ପାଇଁ ବିଭିନ୍ନ କୌଶଳ ର ପ୍ରଶିକ୍ଷଣ ଦିଆଯାଉଛି । ସେହି କ୍ରମରେ ସମ୍ବଲପୁର ମହାନଗର ଅନ୍ତର୍ଗତ ଧନୁପାଲି ସ୍ଥିତ ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଣୀ ଲକ୍ଷ୍ମୀବାଇ ଆତ୍ମାରକ୍ଷା ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଗତ ଅକ୍ଟୋବର ୮ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଶିବିର ମାସକୁ ୧୦ ଦିନ ହିସାବରେ ୩ ମାସ ୩୦ ଦିନ ଯାଏ ଚାଲିବ । ଏହି ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଷଷ୍ଠ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ର କିଶୋରୀ ମାନଙ୍କ ପାଇଁ ଉଦ୍ଧିଷ୍ଠ କ୍ଷ ସେମାନେ କେମିତି ପ୍ରତିକୂଳ ପରିସ୍ଥିତିକୁ ଅନାୟାସରେ ସାମ୍ନା କରିପାରିବେ । ତାହା ହିଁ ଏହି ଏହି ପ୍ରଶିକ୍ଷଣ ଶିବିର ର ଲକ୍ଷ୍ୟ ।

ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁମିତା ମହାପାତ୍ରଙ୍କର ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ପ୍ରଶିକ୍ଷିକା ମିନା ରାଣୀ ମଲ୍ଲିକ ଓ ସୁଷମା ସଂଗୀତା ତୀର୍କୀ ଆତ୍ମାରକ୍ଷା ର ବିଭିନ୍ନ କୌଶଳ ମାନ ତାଲିମ ଦେଉଛନ୍ତି । ଏହି ପ୍ରଶିକ୍ଷଣ ଶିବିର କେମିତି ଶୃଙ୍ଖଳିତ ଭାବରେ ସମ୍ପାଦନ ହୋଇପାରିବ ସେଥିପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ତଥା କର୍ମଚାରୀ ମାନେ ନିଷ୍ଠାର ସହ ସହଯୋଗ କରୁଛନ୍ତି । ଏହାଦ୍ୱାରା ନିଶ୍ଚିତ ଭାବରେ କିଶୋରୀ ମାନେ ଉପକୃତ ହୋଇପାରିବେ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ର ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande