ସୁପ୍ତ ଗଙ୍ଗେଶ୍ୱର କ୍ଷେତ୍ରର ବିଶ୍ୱ କଲ୍ୟାଣ ପାଇଁ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଓ କାର୍ତିକ ମେଳା ପ୍ରସ୍ତୁତି ବୈଠକ
ସମ୍ବଲପୁର, ୧୧ ଅକ୍ଟୋବର(ହି.ସ.) – ପ୍ରତିବର୍ଷ ଗୁଦଗୁଦା ଜଳପ୍ରପାତ ନିକଟସ୍ଥ ସୁପ୍ତ ଗଙ୍ଗେଶ୍ୱର କ୍ଷେତ୍ର ବଡବାହାଲ ଠାରେ ବିଶ୍ୱ କଲ୍ୟାଣ ନିମିତ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଓ କାର୍ତିକ ମେଳାର ପବିତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଯାହାକି ଅନେକ ଦୂର ଦୁରନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଆ
ସୁପ୍ତ ଗଙ୍ଗେଶ୍ୱର କ୍ଷେତ୍ରର  ବିଶ୍ୱ କଲ୍ୟାଣ ପାଇଁ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଓ କାର୍ତ୍ତିକ ମେଳା ପ୍ରସ୍ତୁତି ବୈଠକ


ସମ୍ବଲପୁର, ୧୧ ଅକ୍ଟୋବର(ହି.ସ.) – ପ୍ରତିବର୍ଷ ଗୁଦଗୁଦା ଜଳପ୍ରପାତ ନିକଟସ୍ଥ ସୁପ୍ତ ଗଙ୍ଗେଶ୍ୱର କ୍ଷେତ୍ର ବଡବାହାଲ ଠାରେ ବିଶ୍ୱ କଲ୍ୟାଣ ନିମିତ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଓ କାର୍ତିକ ମେଳାର ପବିତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଯାହାକି ଅନେକ ଦୂର ଦୁରନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ।

ଏହି ଅନୁଷ୍ଠାନ କାର୍ତିକ ମାସର ଚତୁର୍ଦଶୀ ଦିନରୁ ପୂର୍ଣିମା ପର୍ଯ୍ୟନ୍ତ ଚାଲିଥାଏ। ମହାଯଜ୍ଞର ଅନ୍ତର୍ଗତ ଅଷ୍ଟପ୍ରହର ନାମକୀର୍ତନ, ହୋମ ଯଜ୍ଞ, ଚଣ୍ଡୀପାଠ, ରୁଦ୍ରାଭିଷେକ, ଅନ୍ନଯଜ୍ଞ, ଦାନଯଜ୍ଞ ଓ ଭଜନ ସମାରୋହ ଆଦି ବିବିଧ ପୂଜା ପାଠ ସହିତ ଦୁଇ ଦିନ ଧରି ଅନୁଷ୍ଠିତ ହୁଏ। ପାରମ୍ପରିକ ନୃତ୍ୟ ଓ ଭଜନ ମଧ୍ୟ ଏହାର ଅଂଶ ବିଶେଷ ରହିଛି।ଏହି ବିଶିଷ୍ଟ ଆୟୋଜନ ପ୍ରକୃତିପୂଜାର ବିଶେଷ ଦୃଷ୍ଟାନ୍ତ, ଯେଉଁଥିରେ ବର୍ଷର ପ୍ରତ୍ୟେକ ମାସର ଦୁଇପକ୍ଷ ଚତୁର୍ଦଶୀ ସନ୍ଧ୍ୟାରେ ଗଙ୍ଗା ଆଳତୀ ଓ କାର୍ତିକ ପୂର୍ଣିମା ଦିନ ମହାଆଳତି ଆୟୋଜିତ ହୋଇଥାଏ। ଏହା ଦ୍ୱାରା ମାନବମଙ୍ଗଳ, ସମୃଦ୍ଧି ଓ ପ୍ରକୃତି ପ୍ରେମ ସୂଚିତ ହୁଏ। ଏହି ମର୍ମରେ ଚଳିତ ବର୍ଷ ନଭେମ୍ବର ୪ ତାରିଖ ଦିନ ସକାଳେ ଅଧିବାସ ଓ ୫ ତାରିଖ ପୂର୍ଣ୍ଣାହୁତି ହେବାର ଯୋଜନା ସ୍ଥିରୀକୃତ ହୋଇଛି। ଏଥିରେ ଆଂଚଳିକ ଲୋକ ଓ ଦୂର ଦୁରନ୍ତରୁ ଆସିଥିବା ଶ୍ରଦ୍ଧାଳୁ ମିଶି ଆସନ୍ତି ଓ ବିଶ୍ୱ କଲ୍ୟାଣ ପାଇଁ ଆଶୀର୍ବାଦ ସହ ଘରକୁ ପ୍ରତ୍ୟାବର୍ତନ କରିବେ। ଆଜି ଏସମ୍ପର୍କରେ କୁସୁମୀ ସ୍ଥିତ ଆର୍ଯ୍ୟ ଗ୍ଲୋବାଲ ସ୍କୁଲ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ମିତ୍ରଭାନୁ ପଟେଲ ସଭାପତିତ୍ୱ କରିଥିବା ବେଳେ ବୈଠକରେ ଅନିରୁଦ୍ଧ ନାଏକ, କ୍ଷୀରୋଦ ପଟେଲ, ନରେଶ ପଟେଲ, ଦୀପକ ପଟେଲ, ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ଜୀବନ ମୁକ୍ତନନ୍ଦ ପୁରୀ ଜି ମହାରାଜ, ପ୍ରଦୀପ ନନ୍ଦ, ଚୂଡ଼ାମଣି ମାକର, ଉପେନ୍ଦ୍ର ପଟେଲ, ଦେବଦତ ନାଏକ, ବିଭୂତି କଲ୍ୟାଣ ପଟେଲ, ସଞ୍ଜୀବ ପଟେଲ, ଅର୍ଜୁନ ପାତ୍ର, ଧନୁର୍ଜୟ ନାଏକ, ପପ୍ପୁ ସିଂ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଏହି ପବିତ୍ର କାର୍ଯ୍ୟକ୍ରମ ହିନ୍ଦୁ ଧର୍ମ ଓ ଯଜ୍ଞ ସଂସ୍କୃତିର ପ୍ରଚାର ପ୍ରସାରରେ ଏକ ସୁଦୃଢ଼ ଏବଂ ଅନନ୍ୟ ଉଦ୍ୟମ ଭାବେ ସ୍ଥାପିତ ହୋଇଛି। ଏହା ମାନବ ମଙ୍ଗଳ, ସମୃଦ୍ଧି ଓ ପ୍ରକୃତିପ୍ରେମର ପ୍ରଚାର କରିଥାଏ ଏବଂ ଏହି ମହାଯଜ୍ଞର ଭାଗିଦାର ହେବା ସମସ୍ତଙ୍କ ପାଇଁ ଏକ ପବିତ୍ର ଓ ସଂପୂର୍ଣ୍ଣ ଅନନ୍ୟ ଅନୁଭୂତି ପୂର୍ଣ୍ଣ ହୁଏ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande