ଖଣ୍ଡାରେ ଆକ୍ରମଣ ୨ ଆହତ
ଜୟପୁର, ୧୧ ଅକ୍ଟୋବର (ହି.ସ.) - ଖଣ୍ଡାରେ ଆକ୍ରମଣ ରେ ୨ ଜଣ ଆହାତ ହୋଇଥିବା ନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବେଢାସାହିର ମୋହନ ନାୟକ (୪୪) । ସୁଚନା ଅନୁଯାଇ ଜୟପୁର ସହର ବେଢା ସାହିରେ ରହୁଥିବା ମୋହନ ନାୟକ
ଖଣ୍ଡାରେ ଆକ୍ରମଣ ୨ ଆହତ


ଜୟପୁର, ୧୧ ଅକ୍ଟୋବର (ହି.ସ.) - ଖଣ୍ଡାରେ ଆକ୍ରମଣ ରେ ୨ ଜଣ ଆହାତ ହୋଇଥିବା ନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବେଢାସାହିର ମୋହନ ନାୟକ (୪୪) । ସୁଚନା ଅନୁଯାଇ ଜୟପୁର ସହର ବେଢା ସାହିରେ ରହୁଥିବା ମୋହନ ନାୟକ ଆଜି ୫ ଫୁଟ ୭ ଇଂଚର ଖଣ୍ଡା ଧାରି ଆକ୍ରମଣ କରିଥିଲା। ଖଣ୍ଡା ଆକ୍ରମଣରେ ସିମାଂଚଳ ଗନ୍ତାୟତ ଓ ଚିନ୍ମୟ ସାହୁ ଆହାତ ହୋଇଥିଲେ । ଏନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହେବାରୁ ପୋଲିସ ୩୭୧/୨୫ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରି ଖଣ୍ଡାକୁ ଜବତ କରିଛି । ଗିରଫ ଅଭିଯୁକ୍ତକୁ ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande