ଅଣ୍ଡର-୧୮ ଯୁବ ଏସିଆନ୍ ଗେମ୍ସ କବାଡ଼ିରେ ଅଂଶଗ୍ରହଣକାରୀ ସୁଶ୍ରୀ ପ୍ରିୟଙ୍କାଙ୍କୁ ଅଭିନନ୍ଦନ ଜଣାଇଲେ ଜିଲ୍ଲାପାଳ
ଅଣ୍ଡର-୧୮ ଯୁବ ଏସିଆନ୍ ଗେମ୍ସ କବାଡ଼ିରେ ଅଂଶଗ୍ରହଣକାରୀ ସୁଶ୍ରୀ ପ୍ରିୟଙ୍କାଙ୍କୁ ଅଭିନନ୍ଦନ ଜଣାଇଲେ ଜିଲ୍ଲାପାଳ
ଅଣ୍ଡର-୧୮ ଯୁବ ଏସିଆନ୍ ଗେମ୍ସ କବାଡ଼ିରେ ଅଂଶଗ୍ରହଣକାରୀ  ସୁଶ୍ରୀ ପ୍ରିୟଙ୍କାଙ୍କୁ  ଅଭିନନ୍ଦନ ଜଣାଇଲେ ଜିଲ୍ଲାପାଳ


ସମ୍ବଲପୁର, ୧୧ ଅକ୍ଟୋବର (ହି.ସ.) ସମ୍ବଲପୁର ଜିଲ୍ଲାପାଳ ଆଜି ସୁଶ୍ରୀ ପ୍ରିୟଙ୍କା ପଧାନଙ୍କୁ ସମ୍ମାନିତ କରିଛନ୍ତି । ସେ ସମ୍ବଲପୁରର ଜି.ଏମ୍. ଜୁନିୟର କଲେଜରେ ଯୁକ୍ତ ଦୁଇ ଦ୍ବିତୀୟ ବାର୍ଷିକ ଛାତ୍ରୀ ଭାବେ ପଢନ୍ତି । ଭାରତ ପକ୍ଷରୁ ଆଗାମୀ ଅଣ୍ଡର-୧୮ ଯୁବ ଏସିଆନ୍ ଗେମ୍ସ (କବାଡ଼ି)ରେ ଅଂଶଗ୍ରହଣ କରିବେ, ଯାହା ୧୯ ରୁ ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ସୁଦୂର ବାହାରିନରେ ଆୟୋଜିତ ହେବ । ପ୍ରିୟଙ୍କା ପଧାନଙ୍କ ବାପା ସୁରେନ୍ଦ୍ର ପଧାନ ଓ ମା'ଆ ସଞ୍ଜୁ ପଧାନ, ତାଙ୍କ ପ୍ରଶିକ୍ଷକ ଶ୍ରୀକାନ୍ତ ବାରିକ ତାଙ୍କୁ ଏହି ସଫଳତା ଦିଗରେ ପ୍ରେରିତ ଓ ପରିଚାଳନା କରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । ଆଜି ଜିଲ୍ଲାପାଳ ପ୍ରିୟଙ୍କା ପଧାନ ଓ ତାଙ୍କ ପ୍ରଶିକ୍ଷକଙ୍କୁ ଅଭିନନ୍ଦନ ଓ ଆଗାମୀ ଏସିଆନ ଗେମସ୍ ରେ ସଫଳତା ଆଣିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ପରିଶ୍ରମ , ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ସମ୍ବଲପୁର ଜିଲ୍ଲା ପାଇଁ ଏକ ଗୌରବର ବିଷୟ ବୋଲି ଅଭିହିତ କହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande