କେନ୍ଦ୍ରାପଡ଼ା, ୧୧ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲାର ଗଣପର୍ବ ପବିତ୍ର ଗଜଲକ୍ଷ୍ମୀ ପୂଜା କୂମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଆଜି ଷଷ୍ଠି ଦିନରେ ପହଂଚିଛି । ଆସନ୍ତା କାଲି ବିସଜର୍ନ ପୂଜା ଅନୁଷ୍ଠିତ ହେବ । ଏହା ପୂବର୍ରୁ କେନ୍ଦ୍ରାପଡା ପୈାରସଂସ୍ଥାର ପୈାରାଧ୍ୟକ୍ଷା ଶ୍ରୀମତୀ ସରିତା ସାହୁ ବିଭିନ୍ନ କାଉନସିଲରମାନଙ୍କ ସହିତ ଆଜି ସକାଳ ସମୟରେ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ଦିଅଁମାନଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥେôଲ । ଗୋପ, ଏକଣାଖଣ୍ଡି, ଅଯୋଧ୍ୟାନଗର, କେଶପୁର ବଜାର, ସାନ ମଙ୍ଗଳା ସମେତ ବଳଗଣ୍ଡି, ମଢିଆଳ ଓ ସହରର ଅନ୍ୟାନ୍ୟ ସ୍ଥାନରେ ଥିବା ତିନିମୁହାଣୀ ପର୍ଯ୍ୟନ୍ତ ସମସ୍ତ ପୂଜା ମଣ୍ଡପ ବୁଲି ଦର୍ଶନ କରିବା ସହ ପୂଜା କମିଟିର କର୍ମକର୍ତାମାନଙ୍କ ସହ ଆଲୋଚନା କରିଥେôଲ । ପାଗ ଅନୁକୂଳ ଥିବାରୁ ଏହି ଗଣପବର୍କୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ବହୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଏହି ବୁଲିବା ସମୟରେ କାଉନସିଲର ନିରାକାର ସ୍ୱାଇଁ, ପ୍ରକାଶ ଚନ୍ଦ୍ର ପରିଡା, ଉମେଶ ନାୟକ, ସୁକୁମାର ଚାନ୍ଦ, ପ୍ରଦିପ୍ତ ଜେନା, ରମେଶ ଦାସ, ସେକ ଅସଲମ ପ୍ରମୁଖଙ୍କ ସହିତ ମହିଳା ଗୋଷ୍ଠୀମାନଙ୍କ ସହିତ ବୁଲୁଥିବାର ଦେଖିବାକୁ ମିଳିଛି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି