ପୁରୀ ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାରରେ ୩ କୃତି ଛାତ୍ରଛାତ୍ରୀ
ପୁରୀ, ୧୧ ଅକ୍ଟୋବର (ହି.ସ.)- ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ପୋଲିସ ଲାଇନ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି| ଜିଲ୍ଲାରେ ଥିବା ୧୧ଟି ବ୍ଲକରୁ ସେମାନଙ୍କ ବ୍ଲକରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ| କ୍ୱାଣ୍ଟମ ଯୁଗ - ଏକ ଆହ୍ୱାନ ବିଷ
ପୁରୀ ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ରେ ୩ କୃତିତ୍ବ ଛାତ୍ରଛାତ୍ରୀ


ପୁରୀ, ୧୧ ଅକ୍ଟୋବର (ହି.ସ.)- ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ପୋଲିସ ଲାଇନ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି| ଜିଲ୍ଲାରେ ଥିବା ୧୧ଟି ବ୍ଲକରୁ ସେମାନଙ୍କ ବ୍ଲକରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ| କ୍ୱାଣ୍ଟମ ଯୁଗ - ଏକ ଆହ୍ୱାନ ବିଷୟ ଆଧାରିତ ସେମିନାରରେ କଡା ଟକ୍କର ଦେଖିବାକୁ ମିଳିଥିଲା | ସେମାନଙ୍କ ମଧ୍ୟରୁ ଗୋପ ନିଗମାନନ୍ଦ ସରକାରୀ ହାଇସ୍କୁଲ ର ଶୁଭଶ୍ରୀ ସାହୁ ୧ମ ସ୍ଥାନ ଅଧିକାର କରିଥିଲେ | ପୁରୀ ବିଶ୍ୱମ୍ବର ବିଦ୍ୟା ପୀଠ ର ଦିବ୍ୟାଂଶୁ ବାହିନୀପତି ୨ୟ ସ୍ଥାନ ଅଧିକାର କରିଥିଲେ | ନିମାପଡା ହାଇସ୍କୁଲର ସୋମେଶ ପ୍ରତାପ ପ୍ରଧାନ ୩ୟ ସ୍ଥାନ ଅଧିକାର କରିଥିଲେ | ପୋଲିସ ହାଇସ୍କୁଲରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ଶିକ୍ଷା ଅଧିକାରୀ ଦ୍ବିତିକାନ୍ତ ପ୍ରଧାନ ଓ ବିଜ୍ଞାନ ବିଭାଗର ସମସ୍ତ ସଦସ୍ୟମାନେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ|

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande