ପୁରୀ,୧୧ ଅକ୍ଟୋବର (ହି.ସ.) - କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଗୁହା ପୁନମ ତାପସ କୁମାର ଆଜି ପୂର୍ବାହ୍ନରେ ହବିଷ୍ୟାଳୀ କେନ୍ଦ୍ର ପରିଦର୍ଶନ କରିଥିଲେ।ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ର ରେ ପହଂଚିବା ପରେ ରାଜସ୍ୱ ଆୟୁକ୍ତ ଙ୍କୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସ୍ୱାଗତ କରିବା ସହ ହବିଷ୍ୟାଳୀ କେନ୍ଦ୍ର କୁ ପାଛୋଟି ନେଇଥିଲେ।ରାଜସ୍ୱ ଆୟୁକ୍ତ ହବିଷ୍ୟାଳୀ ମା ମାନଙ୍କ ରହଣୀ ସ୍ଥାନ କୁ ବୁଲି ଦେଖିବା ସହ ସେମାନଙ୍କ ସହ ବାର୍ତାଳାପ କରିଥିଲେ।ସେମାନଙ୍କ ଆବଶ୍ୟକତା, ଅସୁବିଧା, କୌଣସି ସମସ୍ୟା ଅଛି କି ବୋଲି ପଚାରି ଥିଲେ।ହବିଷ୍ୟାଳୀ ମା ମାନେ ଭଲରେ ରହିଥିବା ପ୍ରକାଶ କରିବା ସହ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସୁନ୍ଦର ଭାବେ କରାଯାଇଛି ବୋଲି କହିଥିଲେ।ଭୋଅରରୁ ବୃନ୍ଦାବତୀ ପୂଜା ପରେ ମା ମାନଙ୍କୁ ସ୍ୱେଚ୍ଛାସେବୀ ମାନଙ୍କ ସହଯୋଗ ସ୍ୱତନ୍ତ୍ର ବସ ମାଧ୍ୟମରେ ରେ ମନ୍ଦିରକୁ ନେବା, ମନ୍ଦିର ରେ ଶୃଙ୍ଖଳିତ ଭାବେ ମହାପ୍ରଭୁ ଙ୍କ ଦର୍ଶନ କରାଇବା, ମହାପ୍ରସାଦ ସେବନ କରାଇବା, ଭଜନ କୀର୍ତନ ର ବ୍ୟବସ୍ଥା ଇତ୍ୟାଦି ସବୁ ଖୁବ ଭଲ ଭାବରେ କରାଯାଇଛି ବୋଲି ମା ମାନେ ରାଜସ୍ୱ ଆୟୁକ୍ତ ଙ୍କୁ ଅବଗତ କରାଇଥିଲେ।ନିବାସ ମଧ୍ୟରେ ଦୀପ ନ ଜଳାଇ ସମସ୍ତ ମା ମାନେ ବାହାରେ ସୁରକ୍ଷିତ ଭାବେ ଦୀପ ଜଳାଇବାକୁ ସେ ମା ମାନଙ୍କୁ ଅନୁରୋଧ କରିଥିଲେ।ଏହାକୁ ତତ୍ୱାବଧାନ ପାଇଁ ଅଗ୍ନି ଶମ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପରେ ରାଜସ୍ୱ ଆୟୁକ୍ତ ବରିଷ୍ଠ ଅଧିକାରୀ, ସ୍ୱେଚ୍ଛାସେବୀ କର୍ମକର୍ତା ମାନଙ୍କ ସହ ଆଲୋଚନା କରିଥିଲେ।ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କୁ ବୁଲି ଦେଖିବା ସହ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।ମା ମାନଙ୍କର ସମସ୍ତ ସେବା ରେ ଯେପରି କୌଣସି ଅଭାବ ଅସୁବିଧା ନ ରୁହେ ସେଥି ପ୍ରତି ପ୍ରଶାସନ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଆୟୁକ୍ତ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଉପଖଣ୍ଡ ସୂଚନା ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ପ୍ରମୁଖ ରାଜସ୍ୱ ଆୟୁକ୍ତ ଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ