ଧର୍ମଶାଳାରେ ବର୍ଷା ପରିମାଣ ମାପରେ ଗଡବଡ
ଧର୍ମଶାଳା,୧୧ ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଂଚଳରେ ବର୍ଷା ମାପରେ ପୁଣି ଗଡବଡ ଦେଖା ଦେଇଛି । ବ୍ଲକର ବିଭିନ୍ନ ଅଂଚଳରେ ପ୍ରତ୍ୟେକ ଦିନ ବର୍ଷା ହେଉଥିବା ବେଳେ ବିଭାଗୀୟ ୱେବ ସେଇଡ଼ ରେ ଗତ ୪ ତାରିଖରୁ ଆଜି ଯାଏ ଧର୍ମଶାଳା ବ୍ଲକ ଅଂଚଳରେ ଟୋପାଏ ବର୍ଷା ହୋଇନଥିବା ସରକାରଙ୍କ ୱେବସାଇ
ଧର୍ମଶାଳାରେ ବର୍ଷା ପରିମାଣ ମାପରେ ଗଡବଡ


ଧର୍ମଶାଳା,୧୧ ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଂଚଳରେ ବର୍ଷା ମାପରେ ପୁଣି ଗଡବଡ ଦେଖା ଦେଇଛି । ବ୍ଲକର ବିଭିନ୍ନ ଅଂଚଳରେ ପ୍ରତ୍ୟେକ ଦିନ ବର୍ଷା ହେଉଥିବା ବେଳେ ବିଭାଗୀୟ ୱେବ ସେଇଡ଼ ରେ ଗତ ୪ ତାରିଖରୁ ଆଜି ଯାଏ ଧର୍ମଶାଳା ବ୍ଲକ ଅଂଚଳରେ ଟୋପାଏ ବର୍ଷା ହୋଇନଥିବା ସରକାରଙ୍କ ୱେବସାଇଟରେ ଉପଲବ୍ଧ ରେକର୍ଡରୁ ଜଣାପଡିଛି । ସରକାରୀ ସ୍ତରରେ ଏଭଳି ଭ୍ରମାତ୍ମକ ପ୍ରକାସନ କୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ସୂଚନା ମୁତାବକ ଧର୍ମଶାଳା ଅଂଚଳରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଗିଥିବା ମାପ ଯନ୍ତ୍ର କୁ ସଠିକ ଭାବେ ତଦାରଖ କରାଯାଉ ନଥିବା ଜଣାପଡିଛି । କାରଣ ଧର୍ମଶାଳା ଅଂଚଳରେ ପ୍ରତ୍ୟେକ ଦିନ କିଛି ପରିମାଣର ବର୍ଷା ହେଉଛି । ହେଲେ ବିଭାଗୀୟ ଅବହେଳା ଯୋଗୁଁ ବର୍ଷା ପରିମାଣର ସଠିକ ତଥ୍ୟ ୱେବ ସାଇଡ଼ରେ ଆସୁନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ବିଗତ ଏକ ସପ୍ତାହ ମଧ୍ୟରେ ଧର୍ମଶାଳା ଅଂଚଳରେ ୫୦ ମିଲିମିଟରରୁ ଉର୍ଦ୍ଧ୍ୱ ବର୍ଷା ହୋଇଥିବା ଅକଳନ କରାଯାଇଥିବା ବେଳେ ସରକାରଙ୍କ ପାଣିପାଗ ୱେବସାଇଟରେ କିନ୍ତୁ ଧର୍ମଶାଳା ବ୍ଲକରେ ବିଗତ ସପ୍ତାହେ ହେଲା ଟୋପାଏ ବର୍ଷା ହୋଇନଥିବା ତଥ୍ୟ ପ୍ରକାଶ ପାଇଛି । ମନୁଷ୍ୟାକୃତ ଏଭଳି ତୃଟିପୂର୍ଣ୍ଣ ତଥ୍ୟ ପ୍ରକାଶ ନକରିବାକୁ ସାଧାରଣରେ ଦାବି ହୋଇଛି । ଏଥିସହ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ତାଗିଦ କରିବା ପାଇଁ ଅନୁରୋଧ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande