ଜ଼ିଲ୍ଲା ବିଦ୍ୟାଳୟସମୂହ ଅସିଚାଳନା ପ୍ରତିଯୋଗିତା ଉଦଘାଟିତ
ବଲାଙ୍ଗିର, ୧୧ ଅକ୍ଟୋବର (ହି.ସ.)- ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂ ଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସ ଠାରେ ଦିନିକିଆ ଜ଼ିଲ୍ଲା ବିଦ୍ୟାଳୟସମୂହ ଅସିଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜ଼ିଲ୍ଲାର ବିଭିନ୍ନ ସ୍କୁଲ କଲେଜରୁ ୧୦୦ରୁ ଉର୍ଦ୍ଧ୍ଵ ଖେଳାଳି ଏହି ବିଦ୍ୟାଳୟସମୂହ ଅସିଚାଳନା ପ୍ର
ଜ଼ିଲ୍ଲା ବିଦ୍ୟାଳୟସମୂହ ଅସିଚାଳନା ପ୍ରତିଯୋଗିତା ଉଦଘାଟିତ


ଜ଼ିଲ୍ଲା ବିଦ୍ୟାଳୟସମୂହ ଅସିଚାଳନା ପ୍ରତିଯୋଗିତା ଉଦଘାଟିତ


ବଲାଙ୍ଗିର, ୧୧ ଅକ୍ଟୋବର (ହି.ସ.)- ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂ ଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସ ଠାରେ ଦିନିକିଆ ଜ଼ିଲ୍ଲା ବିଦ୍ୟାଳୟସମୂହ ଅସିଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜ଼ିଲ୍ଲାର ବିଭିନ୍ନ ସ୍କୁଲ କଲେଜରୁ ୧୦୦ରୁ ଉର୍ଦ୍ଧ୍ଵ ଖେଳାଳି ଏହି ବିଦ୍ୟାଳୟସମୂହ ଅସିଚାଳନା ପ୍ରତିଯୋଗିତାରେ ଭାଗ ନେଇଥିଲେ l ଏହି ପ୍ରତିଯୋଗିତାରେ ଯେଉଁ ୨୪ ଜଣ ଖେଳାଳି ମନୋନୀତ ହେବେ ସେମାନେ ଆସନ୍ତା ନଭେମ୍ବର ମାସରେ ବଲାଙ୍ଗୀରରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ଅସିଚାଳନା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜ଼ିଲ୍ଲା ଶାରୀରିକ ଶିକ୍ଷାଅଧିକାରୀ ପ୍ରଦୀପ କୁମାର ପାତ୍ର ସୂଚନା ଦେଇଛନ୍ତି l ଆଜି ମୁଖ୍ୟ ଅତିଥି ଭାବରେ ସୁମିତ ରଞ୍ଜନ ପୁରୋହିତ, ଯୁଗ୍ମ ସମ୍ପାଦକ ରାଜ୍ୟ ଅସିଚାଳନା ସଂଘ, ଓଡିଶା ସଭାପତି ସେବାଶ୍ରୀ ଭୋଇ ଅତିରିକ୍ତ ଜ଼ିଲ୍ଲାଶିକ୍ଷା ଅଧିକାରୀ, ସମ୍ମାନିତ ଅତିଥି ପ୍ରଦୀପ କୁମାର ପାତ୍ର, ଜ଼ିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ନରେନ୍ଦ୍ର ମିଶ୍ର, ପ୍ରଧାନ ଶିକ୍ଷକ, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗୀର, ଶ୍ରୀମତୀ ରଂଜିତା ମିଶ୍ର ବ୍ଲକ ସମ୍ପାଦିକା, ସଇଁତଲା, ବୁଦ୍ଧିରାଜ ବିଶ୍ୱାଳ ଖେଳକୁ ପରିଚାଳନା କରିଥିଲେ।

ମିସ ଅନ୍ଵେଷା ରାଉତ, ରୋଶନ ସାହୁ, ଲଷ୍ମୀକାନ୍ତ ପଟ୍ଟନାୟକ, ଶୁଭଦ୍ରା ବେହେରା, ସାହିଲ କୁମ୍ଭାର, ଶାରୀରିକ ଶିକ୍ଷକ ହେଲେ ପୁରେନ୍ଦ୍ର ସେଠ, ଦେବୀ ପ୍ରସାଦ ରାଉତ, ଖିତେଶ୍ୱର ବିଶ୍ୱାଳ, ସତ୍ୟନାରାୟଣ ପଟେଲ, ବିରାନ୍ଦ୍ର ସୁନା, ସସ୍ମିତା ଗଡତିଆ, ସ୍ୱପ୍ନା ସେଠି, ସୂବେନ୍ଦୁ ମହାନ୍ତି, ରାଧାଗୋବନ୍ଦ ନାଏକ, ଏନ ଏସ ନାଏଡୁ, ନେତ୍ରାନନ୍ଦ ବାଗ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande