ଧର୍ମଶାଳା, ୧୧ ଅକ୍ଟୋବର(ହି.ସ.)- ଯାଜପୁର ଜିଲା ବନ୍ଧଡିହ ପଂଚାୟତସ୍ଥ ବନ୍ଧଡିହ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ୱର୍ଣ୍ଣାଞ୍ଜଳୀ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବନ୍ଧଡିହ କ୍ଲଷ୍ଟର ସିଆରସିସି ବିଜୟ କୁମାର ସାହୁ ଓ ମୁଖ୍ୟବକ୍ତା ଭାବେ ଶୈଶବ ସୁରକ୍ଷା ଅଭିଯାନର ସଂଯୋଜକ ମଂଟୁ ଦାସ ଯୋଗଦେଇ ଆଜିର ଦିବସରେ ଶିଶୁ ବାଳିକାଙ୍କ ଅଧିକାର ଓ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ବାଲ୍ୟ ବିବାହକୁ ନାଁ, ଶିକ୍ଷାକୁ ହଁ ଶପଥ ପାଠ ସହ ବାଳିକାମାନେ ନିଜ ନିଜର ମତାମତ ରଖିଥିଲେ । ଶେଷରେ ବାଳିକା ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ସୁଶାନ୍ତ କୁମାର ସାହାଣୀ, ସତ୍ୟ ରଂଜନ ପାଣିଗ୍ରାହୀ, ତ୍ରିଲୋଚନ ସାହୁ, ହେମନ୍ତ କୁମାର ବେହେରା, ପ୍ରିୟଙ୍କା ନାୟକ, ସୌମିତ ମଲ୍ଲିକ, ଶୁଭଶ୍ରୀ ସାହୁ ଓ ସୌରଜିତ ନାୟକ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ