ପନିପରିବା ଗାଡ଼ିରେ ଗଞ୍ଜେଇ ଚୋରା ଚଲାଣ ବେଳେ ମାଡ଼ିବସିଲା ପୋଲିସ : ୧ କୁଇଣ୍ଟାଲ ୫୮ କିଲୋ ଗଞ୍ଜେଇ ଜବତ, ତିନି ଗିରଫ
ଜୟପୁର, ୧୨ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ କୁରୁଲୁଗାଡ଼ ଛକରେ ପରିବା ବୋଝେଇ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୁଲିସ l ୧ କୁଇଣ୍ଟାଲ ୫୮ କିଲୋ ଗଞ୍ଜେଇ ସହ ଗାଡି ଜବତ କରିଥିବା ବେଳେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ଗିରଫ ତିନି ଜଣଙ୍କ
ପନିପରିବା ଗାଡ଼ିରେ ଗଞ୍ଜେଇ ଚୋରା ଚଲାଣ ବେଳେ ମାଡ଼ିବସିଲା ପୋଲିସ, ଗଞ୍ଜେଇ ଜବତ ସହ  ତିନି ଗିରଫ


ଜୟପୁର, ୧୨ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ କୁରୁଲୁଗାଡ଼ ଛକରେ ପରିବା ବୋଝେଇ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୁଲିସ l ୧ କୁଇଣ୍ଟାଲ ୫୮ କିଲୋ ଗଞ୍ଜେଇ ସହ ଗାଡି ଜବତ କରିଥିବା ବେଳେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ଗିରଫ ତିନି ଜଣଙ୍କ ମଧ୍ୟରୁ ଜଣେ ନବରଙ୍ଗପୁର ଜିଲ୍ଲାର ରାଇଘର ଥାନା ଅଞ୍ଚଳର ରାଜୁ ମଣ୍ଡଳ ଏବଂ ଦୁଇ ଜଣ ଉତ୍ତରପ୍ରଦେଶର କ୍ରିଷ୍ଣା ସିଂ ଓ ହ୍ରିତିକ୍ ଚହ୍ବାନ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ବାଲିମେଳାରୁ ଗୋଟିଏ ପରିବା ବୋଝେଇ ଟାଟା ୨୦୭ ଗାଡ଼ିରେ ଭାୟା କୁଡୁମୁଲୁଗୁମ୍ମା, ବୈପାରିଗୁଡା ଦେଇ ଉତ୍ତରପ୍ରଦେଶ ଅଭିମୁଖେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା l ବିଶେଷ ସୂତ୍ରରୁ ଖବର ପାଇ ଥାନା ଓଆଇସି ଡମ୍ବରୁଧର ବାତ୍ରିଆଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଧିରେନ୍ଦ୍ର ବାରିକ ଏକ ଟିମ୍ ଗଠନ କରି କୁରୁଲୁଗାଡ଼ ଛକରେ ମାଡି ବସିଥିଲେ l ଅଭିନଵ ଉପାୟରେ ପରିବା ଗାଡ଼ିରେ ୧ କୁଇଣ୍ଟାଲ ୫୮ କିଲୋ ଗଞ୍ଜେଇ ଚୋରାଚାଲାଣ ହେଉଥିଲା l ଗଞ୍ଜେଇ ସହ ଗାଡି ଜବତ କରିଥିବା ବେଳେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ବୈପାରୀଗୁଡା ଥାନା କେସ ନମ୍ବର ୨୧୩/୨୫ ଅନୁଯାୟୀ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande