ଜିଲ୍ଲା ବ୍ରାହ୍ମଣ ସଭା ବଲାଙ୍ଗିରର ତ୍ରୟୋଦଶ ସାମ୍ବିଧାନିକ ସମ୍ମିଳନୀ : ଧନଞ୍ଜୟ ମିଶ୍ର ସଭାପତି, ଶ୍ୟାମ ସୁନ୍ଦର ଦାଶ ସମ୍ପାଦକ
ଧନଞ୍ଜୟ ମିଶ୍ର ସଭାପତି,ଶ୍ୟାମ ସୁନ୍ଦର ଦାଶ ସମ୍ପାଦକ
ଜିଲ୍ଲା ବ୍ରାହ୍ମଣ ସଭା ବଲାଙ୍ଗିର ର ତ୍ରୟୋଦଶ ସାମ୍ବିଧାନିକ ସମ୍ମିଳନୀ


ଜିଲ୍ଲା ବ୍ରାହ୍ମଣ ସଭା ବଲାଙ୍ଗିର ର ତ୍ରୟୋଦଶ ସାମ୍ବିଧାନିକ ସମ୍ମିଳନୀ


ବଲାଙ୍ଗିର, ୧୨ ଅକ୍ଟୋବର (ହି.ସ.)- ଜିଲ୍ଲା ବ୍ରାହ୍ମଣ ମହାସଭାର ପୂର୍ବ ପ୍ରକାଶିତ ବିଜ୍ଞପ୍ତି ମତେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ସମ୍ବିଧାନ ଅନୁସରଣରେ ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ବଲାଙ୍ଗିର ପରିସରରେ ଆଜି ପୂର୍ବାହ୍ନ୧୧ଟା ରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ତ୍ରୟୋଦଶ ସାମ୍ବିଧାନିକ ସମ୍ମିଳନୀ ବିଧିବଦ୍ଧ ଭାବେ କ୍ଷମତାପ୍ରାପ୍ତ ଚୟନ କର୍ତ୍ତା ଗିରିଧାରୀ ଶତପଥି ଏବଂ ଅଭିଜ୍ଞ ସଂଗଠକ ଧର୍ମସିଂହ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ କାର୍ଯ୍ୟନିର୍ବାହୀ ସଭାପତି ଗୋପବନ୍ଧୁ ପୁରୋହିତ ତଥା ବହୁ ମାନ୍ୟଗଣ୍ୟ ବ୍ରାହ୍ମଣ ଦେବତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଲା । ଏହି ସମ୍ମିଳନୀରେ ଆଗାମୀ ୩ ବର୍ଷ ପାଇଁ ଜିଲ୍ଲା ବ୍ରାହ୍ମଣ ମହାସଭାର କର୍ମକର୍ତ୍ତାମାନଙ୍କୁ ଚୟନ କରାଗଲା । ଚୟନକର୍ତ୍ତାମାନେ କର୍ମକର୍ତ୍ତାମାନଙ୍କ ନାମ ସର୍ବସମକ୍ଷରେ ଘୋଷଣା କଲେ ଯାହାକି ଉପସ୍ଥିତ ସମସ୍ତ ସଭ୍ୟଙ୍କ ଦ୍ୱାରା ପ୍ରଚଣ୍ଡ ସମର୍ଥନ ସୂଚକ ହର୍ଷୋଲ୍ଲାସିତ କରତାଳିମାନଙ୍କରେ ଗୃହିତ ହେଲା । ଆଜି ଠାରୁ କାର୍ଯ୍ୟନିର୍ବାହୀ ସଭାପତି ଗୋପବନ୍ଧୁ ପୁରୋହିତଙ୍କ କାର୍ଯ୍ୟକାଳ ସମାପ୍ତ ହେଲା । ଜିଲ୍ଲା ବ୍ରାହ୍ମଣ ମହାସଭାର ନୂତନ କର୍ମକର୍ତ୍ତାମାନେ ହେଲେ ଅଫିସ ବିଅରର୍ସ ଧନଞ୍ଜୟ ମିଶ୍ର ସଭାପତି, ବିଶ୍ୱନାଥ ମିଶ୍ର ଉପ-ସଭାପତି, ଶ୍ୟାମ ସୁନ୍ଦର ଦାଶ ସଂପାଦକ, ଜୟ ବିହାରୀ ବେଦବାକ୍ ସହ-ସଂପାଦକ ଏବଂ ପଂଚାନନ ବେଦବାକ କୋଷାଧ୍ୟକ୍ଷ । କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ କେଶବ ମିଶ୍ର, କବିରାଜ ହୋତା, ପ୍ରଭୁଦତ୍ତ ଶତପଥି, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ବାଳକୃଷ୍ଣ ଷଡଙ୍ଗି ଏବଂ କୁମୁଦିନୀ ମିଶ୍ର । ଉପଦେଷ୍ଟା ମଣ୍ଡଳି ସତ୍ୟବନ୍ତ ବେଦବାକ, ଗିରିଧାରୀ ଶତପଥି, ଧର୍ମସିଂହ ମିଶ୍ର ଏବଂ ଗୋପବନ୍ଧୁ ପୁରୋହିତ ।

ଆଜିର ସଭାରେ ରାମ ଶଙ୍କର ଶତପଥି, ଚନ୍ଦ୍ରଧ୍ୱଜ ମିଶ୍ର, ଗୋକୁଳା ନନ୍ଦ ମିଶ୍ର, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ଅଶୋକ କୁମାର ମିଶ୍ର, ସାନନ୍ଦ ମିଶ୍ର, ଶଙ୍କିର୍ତ୍ତନ ତ୍ରିପାଠି, କିଶୋର କୁମାର ପୁରୋହିତ, କାହ୍ନୁ ଚରଣ ମିଶ୍ର, ଜୟବିହାରୀ ବେଦବାକ, ବିରଂଚି ତ୍ରିପାଠି, ରାମ ଶତପଥି, ଜଗନ୍ନାଥ ଷଡଙ୍ଗି ଙ୍କ ସମେତ ନବନିର୍ବାଚିତ ସଭାପତି ଧନଞ୍ଜୟ ମିଶ୍ର, ସଂପାଦକ ଶ୍ୟାମ ସୁନ୍ଦର ଦାଶ, ଗୋପବନ୍ଧୁ ପୁରୋହିତ, ଚୟନକର୍ତ୍ତା ଗିରିଧାରି ଶତପଥୀ ଏବଂ ଧର୍ମସିଂ ମିଶ୍ର ଉଦ୍‌ବୋଧନ ଦେଇଥିଲେ । ଶେଷରେ ଶ୍ୟାମ ସୁନ୍ଦର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande