ଘଟଗାଁ ୧୨ଅକ୍ଟୋବର (ହିସ )ଆନନ୍ଦପୁର ବନ୍ୟ ପ୍ରାଣୀ ବନଖଣ୍ଡ ଅଧୂନସୁ ହଦଗଡ଼ ବନାଞ୍ଚଳ ପକ୍ଷରୁ କଥାକଟା ବନପାଳ କାର୍ଯ୍ୟାଳୟ ପରିସରରେ 71 ତମ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇ ଯାଇଛି । ଉକ୍ତ ଆୟୋଜନ କାର୍ଯ୍ୟକ୍ରମ ରେ ବନ ଖଣ୍ଡ ଅଧୀ କାରି ପ୍ରଶାନ୍ତ କୁମାର ପଣ୍ଡା ଏ ସି ଏଫ ଅଶୋକ କୁମର ବିଶ୍ବାଳ ରେଞ୍ଜର ମାର୍ସଲ କିସ୍କୁ ପ୍ରମୁଖ ଯୋଗ ଦେଇ ମନୁଷ୍ୟ ଓ ବନ୍ୟ ପ୍ରାଣୀଙ୍କ ମଧ୍ୟରେ କିପରି ସୁସମ୍ପର୍କ ରହିବ ମଣିଷ ମାନେ ଜଙ୍ଗଲରେ ପଶି ବନ୍ୟଜନ୍ତୁ ଶିକାର କରିବେ ନାହିଁସେ ସମ୍ପର୍କ ରେ ବକ୍ତବ୍ୟ ରଖ୍ ଥିଲେ । ବନପାଳ ମଳୟ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେଇ ଥିବା ବେଳେ କାଠ କଟା ବନପାଳ ଲକ୍ଷ୍ମୀଧର କିସ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କଣ୍ଟିପାଲ ସୁଜନା ପାଳ କାଠ କଟା ବହିଆ ଗ୍ରାମର ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ମାନେ ଯୋଗ ଦେଇ ଥିବା ବିଶେଷ ସୂତ୍ରରୁ ଜଣାପଡିଛି
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ