ବଲାଙ୍ଗିର, ୧୨ ଅକ୍ଟୋବର (ହି.ସ.)- ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗୀର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଜୟକୃଷ୍ଣ ସାହୁଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ପାଦକ ଦଶରଥ ଦାସ, ସହ ସମ୍ପାଦକ ମଧୁସୂଦନ ତ୍ରିପାଠୀ, ଉପ ସଭାପତି ଛବିଲାଲ ସାହୁ ଓ ଅନ୍ୟ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥାଇ ସଂଘର ଓ ସରକାରର ନୀତିକୁ ଆଲୋଚନା କରିଥିଲେ। ଭାରତୀୟ ସ୍ତରରେ ସାଧାରଣ ସମ୍ପାଦକ ଏସ୍ ଏସ ମହଦେବିଆଁଙ୍କୁ ଧର୍ମଘଟ କରିଥିବା କାରଣ ଦର୍ଶାଇ ଚାକିରିରୁ ବହିଷ୍କ୍ରୁତ କରିଛନ୍ତି, ସରକାରଙ୍କ ଏହି ପ୍ରକାର ପଦକ୍ଷେପକୁ ସଂଘ ବିରୋଧ କରି ଦୃଢ଼ ନିନ୍ଦା କରିଛି। କାର୍ଯ୍ୟକାରିଣୀ ବୈଠକ ଶେଷ ହେଲା ପରେ ତାରିଣୀ ପାଢ଼ୀ ବରିଷ୍ଟ ଡାକ ଅଧିକ୍ଷକ ଭୁବନେଶ୍ୱର , ବ୍ରହ୍ମାନନ୍ଦ ବନ୍ ଛୋର,ବଲାଙ୍ଗୀର ଡାକ ସେବକ,ଗୋପାଳ ବେହେରା, ଶାଖା ଡାକ ପାଲ୍ ସିବତଲାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଗଲା। ଏହି ଅବସରକାଳୀନ ସଭାରେ ବଲାଙ୍ଗୀର ଡାକ ମଣ୍ଡଳର ଅଧିକ୍ଷକ ସଞ୍ଜୟ ବିଶ୍ଵାଳ, ବରିଷ୍ଠ ସଂଘ ନେତା ଅବସର ପୋଷ୍ଟ ମାଷ୍ଟର ଦମ୍ବୋଦର ମିଶ୍ର ଅତିଥିରୁପେ ଯୋଗଦାନ କରିଥିଲେ।
ଏହି ସଭାକୁ ସଂଘର ସମ୍ପାଦକ ଦଶରଥ ଦାସ ଓ ସମ୍ପାଦକ ଲଳିତ କରଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା। ଏହି ବିଦାୟକାଳୀନ ସଭାରେ ପଦ୍ମନାଭ ବାରିକ ଡାକ କର୍ମଚାରୀ ସଭା ପରିଚାଳନା କରିଥିଲେ। ପରିଶେଷରେ ଖିରୋଦ୍ର ଗଡଟ୍ୟା ସଂଘ କୋଷାଧ୍ୟକ୍ଷ ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ