ବାଇକ୍ ଧକ୍କାରେ ଜଣେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ
ଘଟଗାଁ, ୧୨ ଅକ୍ଟୋବର(ହି.ସ.) – ବାରିପଦା ଛକରେ ବାଇକ୍ ଧକ୍କାରେ ଜଣେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଦନପୁର ପଂଚାୟତ ପଥରପଦା ଛକରେ ସକାଳ ସମୟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଗୁରୁତର
ବାଇକ୍ ଧକ୍କା ରେ ଜଣେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ


ଘଟଗାଁ, ୧୨ ଅକ୍ଟୋବର(ହି.ସ.) – ବାରିପଦା ଛକରେ ବାଇକ୍ ଧକ୍କାରେ ଜଣେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଦନପୁର ପଂଚାୟତ ପଥରପଦା ଛକରେ ସକାଳ ସମୟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଖପରାଖାଇ ଗ୍ରାମର ପ୍ରଫୁଲ୍ଲ ପେରେଇ ବାଇକ୍‌ରେ ଚାଉଳ ନେଇ ଆସୁଥିବାବେଳେ ପଥର ପଦା ଛକରେ ବିପରିତ ଦିଗରୁ ଆସୁଥିବା ଏକ ବାଇକ୍ ପ୍ରଫୁଲ୍ଲଙ୍କ ବାଇକ୍ ସହ ଧକ୍କା ହୋଇଥିଲା। ଘଟଣା ସମ୍ପର୍କରେ ଖବର ମିଳିବା ମାତ୍ରେ ସାଇଁକୁଳ ଫାଣ୍ଡି ଅଧିକାରୀ ସୁରେଶ ମାଝୀ ଘଟଣା ସ୍ଥଳରେ ପହଂଚିି ଆମ୍ବୁଲାନ୍ସକୁ ଅପେକ୍ଷା ନକରି ପୋଲିସ ଗାଡିରେ ଗୁରୁତର ଆହତ ଙ୍କୁ ସାଇଁକୁଳ ମେଡିକାଲ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଗୁରୁତରଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ପ୍ରଫୁଲ୍ଲ ଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande