ଭଦ୍ରକ, ୧୨ ଅକ୍ଟୋବର (ହି.ସ.) - ଭାରତ ବିକାଶ ପରିଷଦ ଭଦ୍ରକ ଶାଖା ପକ୍ଷରୁ ଭାରତ କୋ ଜାନୋ ପ୍ରତିଯୋଗିତା ଅବନ୍ତିକ ଶିକ୍ଷା ସଂସ୍ଥାନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୧୫ ଗୋଟି ସ୍କୁଲ୍ ର ୫୦ ଜଣ ଛାତ୍ରଛାତ୍ରୀ ମୌଖିକ ପ୍ରଶ୍ନୋତର ମାଧ୍ୟମରେ ଭାଗ ନେଇଥିଲେ । ଭାରତର ଗୌରବମୟ ଇତିହାସ, ଭୂଗୋଳ, ରାଜନିତୀ ବିଜ୍ଞାନ, ମହାପୁରୁଷ ମାନଙ୍କର ଉପଲବ୍ଧି ବିଷୟରେ ପ୍ରଶ୍ନ କରାଯାଇଥିଲା । ପରିଷଦର ପୁରୁଷୋତମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଅମିତ୍ କୁମାର ମଲ୍ଲିକ୍ ଯୋଗଦେଇ ଭାରତୀୟତାର ମୂଲୋବୋଧ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିକାଶ ପରିଷଦର ଓଡିଶା ପୂର୍ବ ପ୍ରାନ୍ତ ଅଧ୍ୟକ୍ଷ ସତ୍ୟବାଦୀ ଦାସ, ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ, ଡ.ରାମଚନ୍ଦ୍ର ପଣ୍ଡା, ଡ.ସୁଧାଂଶୁ ପରିଡା, ତ୍ରିଲୋଚନ ନାୟକ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତା ଉପରେ ମତ ରଖିଥିଲେ । ବରିଷ୍ଠ ଓ କନିଷ୍ଠ୨ ଗୋଟି ବିଭାଗରେ କରାଯାଇଥିବା ପ୍ରତିଯୋଗିତାରେ ପ୍ରଣବ ମହାନ୍ତି, ଆଦିତ୍ୟ ପଣ୍ଡା, ବିଶ୍ୱଜିତ୍ ସେଠୀ, ତାଜ୍ କୁମାର ନାୟକ, ଶ୍ରୀୟଂସ ପଣ୍ଡା, ପ୍ରଜସ୍ ପ୍ରିତମ ନାୟକ, ଶ୍ରବଣ ଲେଙ୍କା, ସୂରଜ ସେନାପତି ପ୍ରମୁଖ କୃତି ପ୍ରତିଯୋଗୀ ମାନଙ୍କୁ ସଂବେଗ ଫଳକ ଦିଆଯାଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରଦୀପ ପୁହାଣ, ଅରୁନ୍ଧତୀ ମହାନ୍ତି ଧମେନ୍ଦ୍ର ନାୟକ, ସବ୍ୟସାଚ୍ଚୀ ଲେଙ୍କା, ପ୍ରବୀଣ ପୃଷ୍ଟି, ଭକ୍ତିପ୍ରିୟା ମିଶ୍ର, କାର୍ତିକ ଭାରତୀ, ସଙ୍ଗୀତା ଗିରୀ, ବିଭୂ କଲ୍ୟାଣ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ପୂର୍ବରୁ ସଂକଳନ ପୁସ୍ତକ ସ୍କୁଲ୍ ମାନଙ୍କରେ ବଟାଂ ଯାଇଥିଲା ସେଥି ମଧ୍ୟରୁ ପ୍ରତିଯୋଗୀ ମାନଙ୍କ ମୌଖିକ ପ୍ରଶ୍ନ କରାଯାଇଥିଲା ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ