ବାରିପଦା, ୧୨ ଅକ୍ଟୋବର (ହି.ସ.)- ମୟୂରଭଞ୍ଜ ଜିଲ୍ଲାର ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ଏକ ବିରାଟ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶାମାଖୁଂଟା ବ୍ଲକ ଉପସଭାପତି ଜିତୁ ସିଂ ନେତୃତ୍ୱରେ ପ୍ରାୟ ୭୦୦ରୁ ଉର୍ଦ୍ଧ୍ୱ ଯୁବ ଛାତ୍ର ସଂଗଠକ ମାନେ ସଂଗଠନରେ ସାମିଲ ହୋଇଛନ୍ତି। ଜିଲ୍ଲାର ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଓ ଐତିହ୍ୟ ସ୍ଥଳୀ ଗୁଡିକର ଉନ୍ନତିକରଣ ଭଞ୍ଜସେନା ତରଫରୁ ମୁଁ ସ୍ୱାବଲମ୍ବୀ ହେବି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଯୁବ ଛାତ୍ର ମାନେ ସାମିଲ ହୋଇଛନ୍ତି। ଜିଲ୍ଲା ସଭାପତି ପିଂଟୁ ମାଇତିଙ୍କ ନେତୃତ୍ୱରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସଂଜୀବ ରାଉତ, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା ଆବାହକ ରାକେଶ ବେହେରା, ବାରିପଦା ସହର ସଭାପତି ରାକେଶ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପୃଷ୍ଟି, ଜିଲ୍ଲା ଯୁବ ଶାଖା ସଭାପତି ଏସକେ ରାଜାଖାନ, ଶାମାଖୁଂଟା ବ୍ଲକ ସଭାପତି ଶୁଭମ ସିଂ, ବ୍ଲକ କାର୍ଯ୍ୟକାରୀ ସଭାପତି ଦୀପକ ବେହେରା, ଯୁବ ନେତା ଜୁଜୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅକ୍ଟୋବର ୧୭ ଏବଂ ୧୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କର୍ମଶାଳା ଲଘୁଚାପ ଜନିତ ବର୍ଷା ଆଶଙ୍କା ଯୋଗୁଁ ବର୍ତମାନ ସ୍ଥଗିତ ରଖାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ