କାଞ୍ଜିଆ ହୋଦାରେ ଭର୍ତ୍ତି ପାଇଁ ଗାଈ ଗୋରୁଙ୍କୁ ଧରିବା ଅଭିଯାନ ଆରମ୍ଭ, ଉଭୟ ଏଡିଏମଙ୍କ ଉପସ୍ଥିତିରେ ଶୁଭାରମ୍ଭ
ସୁବର୍ଣ୍ଣପୁର, ୧୨ ଅକ୍ଟୋବର (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ସହରର ସମସ୍ତ ମୁଖ୍ୟ ରାସ୍ତା ତଥା ଗଳି ମାନଙ୍କରେ ବୁଲୁଥିବା ଗାଈ ଗୋରୁ ମାନଙ୍କୁ କାଞ୍ଜିଆ ହୋଦାରେ ଭର୍ତ୍ତି କରିବା ଅଭିଯାନ ଶୁଭାରମ୍ଭ କରାଗଲା l ସୁବର୍ଣ୍ଣପୁର ଏଡିଏମ ରାଜେନ୍ଦ୍ର ମାଝୀ ଓ ଅଞ୍ଜଳିନା ପଧ
କାଞ୍ଜିଆ ହୋଦାରେ ଭର୍ତ୍ତି ପାଇଁ ଗାଈ ଗୋରୁ ଙ୍କୁ ଧରିବା ଅଭିଯାନ ଆରମ୍ଭ* *ଉଭୟ ଏଡିଏମ୍ ଙ୍କ ଉପସ୍ଥିତି ରେ ଶୁଭାରମ୍ଭ


କାଞ୍ଜିଆ ହୋଦାରେ ଭର୍ତ୍ତି ପାଇଁ ଗାଈ ଗୋରୁ ଙ୍କୁ ଧରିବା ଅଭିଯାନ ଆରମ୍ଭ* *ଉଭୟ ଏଡିଏମ୍ ଙ୍କ ଉପସ୍ଥିତି ରେ ଶୁଭାରମ୍ଭ


ସୁବର୍ଣ୍ଣପୁର, ୧୨ ଅକ୍ଟୋବର (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ସହରର ସମସ୍ତ ମୁଖ୍ୟ ରାସ୍ତା ତଥା ଗଳି ମାନଙ୍କରେ ବୁଲୁଥିବା ଗାଈ ଗୋରୁ ମାନଙ୍କୁ କାଞ୍ଜିଆ ହୋଦାରେ ଭର୍ତ୍ତି କରିବା ଅଭିଯାନ ଶୁଭାରମ୍ଭ କରାଗଲା l ସୁବର୍ଣ୍ଣପୁର ଏଡିଏମ ରାଜେନ୍ଦ୍ର ମାଝୀ ଓ ଅଞ୍ଜଳିନା ପଧାନଙ୍କ ତତ୍ୱାବଧାନରେ ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ୠଷି ମାଝୀ, ଆର.ଟି. ଓ. ଅକ୍ଷୟ ଜେନାଙ୍କ ସଂଯୋଜନାରେ ଆଜି ଏ ଅଭିଯାନ ଆରମ୍ଭ ହୋଇଛି l ପୂର୍ବରୁ ବୁଲା ଗାଈ ଗୋରୁଙ୍କ ମାଲିକ ମାନଙ୍କ ପାଇଁ ଜିଲ୍ଲାପାଳ ଓ ଏସପିଙ୍କ ଦ୍ବାରା ସଚେତନତା କାର୍ଯ୍ୟକ୍ରମ ସହରର ନଳିନୀ ଛକ ଠାରେ ଅନୁଷ୍ଠିତ ହୋଇଥିଲା l ଆଜି ଗାନ୍ଧୀ ପଡିଆ ଓ ନଳିନୀ ଛକରୁ ଏ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ସୋନପୁର ସହରରେ ଗାଈଗୋରୁଙ୍କ ଦ୍ଵାରା ହେଉଥିବା ଟ୍ରାଫିକ ସମସ୍ୟା ଦୂର କରିବା, ଦୁର୍ଘଟଣା ରୋକିବା ପାଇଁ ପ୍ରଶାସନ ସହର ବାସୀଙ୍କୁ ନିବେଦନ କରିଛି l ଜିଲ୍ଲା ପ୍ରଶାସନ, ସୋନପୁର ପୌର ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ, ପ୍ରାଣୀ ସମ୍ପଦ ବିଭାଗ ଓ ଆଞ୍ଚଳିକ ପରିବହନ ବିଭାଗ ଓ ସହରର ବିଭିନ୍ନ ସାମାଜିକ ସଙ୍ଗଠନର ମିଳିତ ଉଦ୍ୟମରେ ଏହି ଅଭିଯାନ ଆରମ୍ଭ କରାଯାଇଥିବା ସୂଚନା ମିଳିଛି l ଓ ସମୁଦାୟ ୨୮ ଗୋଟି ଗାଈ ଗୋରୁଙ୍କୁ ଆଜି ପୌର ପରିଷଦର କାଓ କେଚର୍ ଗାଡ଼ିରେ ଧରାଯାଇ କାଞ୍ଜି ହାଉସରେ ଭର୍ତ୍ତି କରାଯାଇଛି l ଆଗକୁ ଲଗାତାର ଭାବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଗାଇ ଗୋରୁଙ୍କୁ କାଞ୍ଜିଆ ହୋଦାରେ ଭର୍ତ୍ତି କରାଯିବ ବୋଲି ଖବର ଅଛି l ନିୟମାନୁଯାୟୀ ସଂପୃକ୍ତ ଗାଈଗୋରୁ ମାନଙ୍କ ମାଲିକ ମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ନିଜ ଗାଈଗୋରୁ ମାନଙ୍କୁ ନ ମୁକୁଳାଇବେ ତେବେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌର ପରିଷଦ ପକ୍ଷରୁ କୁହାଯାଇଛି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande