ଡା. ରାମମନୋହର ଲୋହିଆଙ୍କ ପୁଣ୍ୟତିଥିରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, 12 ଅକ୍ଟୋବର (ହି.ସ) କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡା. ରାମମନୋହର ଲୋହିଆଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ପ୍ରଧାନ ସୋସିଆଲ୍ ମିଡିଆ ଜରିଆରେ ଡା. ଲୋହିଆଙ୍କୁ ସ୍ମରଣ କରି ଲେଖିଛନ୍ତି,
ଡା. ରାମମନୋହର ଲୋହିଆଙ୍କ ପୁଣ୍ୟତିଥିରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି


ଭୁବନେଶ୍ୱର, 12 ଅକ୍ଟୋବର (ହି.ସ) କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡା. ରାମମନୋହର ଲୋହିଆଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଶ୍ରୀ ପ୍ରଧାନ ସୋସିଆଲ୍ ମିଡିଆ ଜରିଆରେ ଡା. ଲୋହିଆଙ୍କୁ ସ୍ମରଣ କରି ଲେଖିଛନ୍ତି, “ମହାନ ସ୍ଵାଧୀନତା ସଂଗ୍ରାମୀ ଡା. ରାମମନୋହର ଲୋହିଆଙ୍କ ପୁଣ୍ୟତିଥିରେ ସେମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଲୋହିଆଜୀ ନିଜ ଜୀବନକୁ ସାମାଜିକ ନ୍ୟାୟ, ସମାନତା ଓ ସାଧାରଣ ଲୋକଙ୍କ ଉନ୍ନତି ପାଇଁ ସମର୍ପିତ କରିଥିଲେ। ସେମାନଙ୍କ ଚିନ୍ତାଧାରା ଆଜି ମଧ୍ୟ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାଜରେ ନ୍ୟାୟ, ସ୍ଵରାଜ ଓ ଲୋକତନ୍ତ୍ରର ଦୃଢ଼ ଭିତି ସ୍ଥାପନ କରିବାର ପଥ ଦେଖାଉଛି।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, “ଡା. ଲୋହିଆଙ୍କ ସାହସ, ସଂଘର୍ଷ ଓ ନିଷ୍କାମ ସେବାମୟ ଜୀବନ ଆମ ସମସ୍ତଙ୍କୁ ସଦା ରାଷ୍ଟ୍ର ହିତରେ କାମ କରିବା ପାଇଁ ପ୍ରେରିତ କରୁଛି।”

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande