କାଲିମେଳାରେ ମାଗଣା ସ୍ୱାସ୍ଥ୍ୟ ଶିବିର, ବିନା ମୂଲ୍ୟରେ ଉତ୍ତମ ଚିକିତ୍ସା ପାଉଛନ୍ତି ରୋଗୀ
ମାଲକାନଗିରି, ୧୨ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୯୦ ଠାରେ ମାଗଣା ସ୍କ୍ରିନଂ ସ୍ଵାସ୍ଥ୍ୟ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ରୁରାଲ ହେଲଥ ସର୍ଭିସ୍ ଆସୋସିଏସନ୍ ମାଲକାନଗିରି ଲୋକ ମାନଙ୍କର ଚିକିତ୍ସାର ଉନ୍ନତି ପାଇଁ ଏହି ମାଗଣା ସ୍କ୍ରିନଂ ସ୍ଵାସ୍ଥ୍ୟ କ୍ୟାମ୍
କାଲିମେଳାରେ ମାଗଣା ସ୍ୱାସ୍ଥ୍ୟ ଶିବିର ,ବିନା ମୂଲ୍ୟରେ ଉତ୍ତମ ଚିକିତ୍ସା ପାଉଛନ୍ତି ରୋଗୀ


କାଲିମେଳାରେ ମାଗଣା ସ୍ୱାସ୍ଥ୍ୟ ଶିବିର ,ବିନା ମୂଲ୍ୟରେ ଉତ୍ତମ ଚିକିତ୍ସା ପାଉଛନ୍ତି ରୋଗୀ


ମାଲକାନଗିରି, ୧୨ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୯୦ ଠାରେ ମାଗଣା ସ୍କ୍ରିନଂ ସ୍ଵାସ୍ଥ୍ୟ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ରୁରାଲ ହେଲଥ ସର୍ଭିସ୍ ଆସୋସିଏସନ୍ ମାଲକାନଗିରି ଲୋକ ମାନଙ୍କର ଚିକିତ୍ସାର ଉନ୍ନତି ପାଇଁ ଏହି ମାଗଣା ସ୍କ୍ରିନଂ ସ୍ଵାସ୍ଥ୍ୟ କ୍ୟାମ୍ପ ଆରମ୍ଭ କରିଛନ୍ତି । ଲୋକଙ୍କୁ କେମିତି ବିନା ମୂଲ୍ୟରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ବାରା ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇପାରିବ ସେଥିପ୍ରତି ରୁରାଲ ହେଲଥ ସର୍ଭିସ୍ ଆସୋସିଏସନ୍ ମାଲକାନଗିରି ଗୁରୁତ୍ୱ ଦେଇ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ଆରମ୍ଭ କରିଛନ୍ତି । ଦୁଇ ଦିନ ଧରି ଚାଲିଥିବା ଏହି କ୍ୟାମ୍ପ ରେ ପଡୋଶୀ ରାଜ୍ୟ ଭଦ୍ରାଚାଲମର ମିମସ ହସ୍ପିଟାଲର ଡକ୍ଟର ଏ ମୋହନ ରାଓ, ଡକ୍ଟର ହରୀଶ ଚଲ୍ଲା, ଡକ୍ଟର ଶ୍ରଭିୟା ଇନୁମପୁଦି, ଡକ୍ଟର ବାଲା ନରସିମୁଦୁ , ଡକ୍ଟର ରାଜେଶ ଏବଂ ଡକ୍ଟର ଏମ୍ ଗୁରୁ ତେଜା ନାମକ ୬ ଜଣ ଅଭିଜ୍ଞ ଡାକ୍ତର ଯୋଗଦେଇ ରୋଗୀ ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ରୋଗୀମାନଙ୍କର ହୃଦୟ ରୋଗ, ମସ୍ତିଷ୍କ ରୋଗ, କାନ,ନାକ ,ଗଳା,ହଜମ ଜନିତ ରୋଗ, ଶିଶୁ ରୋଗ,ଛାତି କ୍ରିଟକ ଫାଇବ୍ରୋସିସ, ସ୍ନାୟୁ ରୋଗ, ଗଣ୍ଠି ରୋଗ, ଚର୍ମରୋଗ, କିଡ଼ିନି ରୋଗ, ଆଖି ରୋଗ, ମାନସିକ ରୋଗ ଭଳି ବିଭିନ୍ନ ରୋଗର ଚିକିତ୍ସା କରାଯାଇଥିଲା । ଏହାସହ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଆୟୁଷ୍ମାନ କାର୍ଡ ଭଦ୍ରାଚାଲମର ମିମସ ହସ୍ପିଟାଲରେ କାର୍ଯ୍ୟକ୍ଷମ ବୋଲି ମିମସ ହସ୍ପିଟାଲର ଡାକ୍ତର ଏ ମୋହନ ରାଓ ସୂଚନା ଦେଇଛନ୍ତି । ମାଲକାନଗିରି ଜିଲ୍ଲାର ରୋଗୀ ମାନେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଭଦ୍ରାଚଲମର ମିମସ ହସ୍ପିଟାଲରେ ଯାଇ ଆୟୁଷ୍ଠାନ କାର୍ଡ ସାହାଯ୍ୟରେ କମ୍ ଖର୍ଚ୍ଚରେ ଚିକିତ୍ସିତ ହୋଇ ପାରିବେ ବୋଲି ସେ କହିଛନ୍ତି । ଦୁଇ ଦିନ ଧରି ଚାଲିଥିବା ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ୧୦୦୦ରୁ ଉର୍ଦ୍ଧ୍ଵ ରୋଗୀ ଚିକିତ୍ସା ପାଇଥିବା ମାଲକାନଗିରି ରୁରାଲ ହେଲଥ ସର୍ଭିସ୍ ଆସୋସିଏସନର ସମ୍ପାଦକ ଗୌତମ ମଜୁମଦାର ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande