ବାରିପଦା, ୧୨ ଅକ୍ଟୋବର (ହି.ସ.)- ରବିବାର ଏଆଇଡିଏସଓ ମୟୂରଭଞ୍ଜ ଜିଲ୍ଲା କମିଟି ପକ୍ଷରୁ ବାରିପଦା ସ୍ଥିତ ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଡ୍ରଇଂ ଓ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ସ୍ଥଳରେ ଏକ ସଭା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ମୁଖ୍ୟବକ୍ତା ଭାବରେ ଏଆଇଡିଏସଓ ଓଡ଼ିଶା ରାଜ୍ୟ କମିଟି ସମ୍ପାଦକ ସିଦ୍ଧାର୍ଥ ରଥ, ମୁଖ୍ୟ ଅତିଥି ଓଡ଼ିଶା ମୟୁରଭଞ୍ଜ କ୍ରୀଡା ଓ କଳା ଶିକ୍ଷକ ସଂଘର ରାଜ୍ୟ ସମ୍ପାଦକ ବିଜୟ କୁମାର ଗିରି ଯୋଗ ଦେଇଥିଲେ। ଉତ୍କଳମଣି ଗୋପବନ୍ଧୁଙ୍କର ଜୀବନ ସଂଗ୍ରାମ ଆଜିବି ଦେଶର ଜନସାଧାରଣ ବିଶେଷ କରି ଛାତ୍ର ସମାଜ ପାଇଁ ପ୍ରେରଣାର ଉତ୍ସ ଅଟେ ବୋଲି ଅତିଥି ମାନେ କହିଥିଲେ। ଜିଲ୍ଲା ସମ୍ପାଦକ ଫୁଲଚାନ୍ଦ ଲୋହର, ଜିଲ୍ଲା ଅଫିସ୍ ସମ୍ପାଦକ ଯତୀନ ବାନରା, ଜିଲ୍ଲା କମିଟି ସଦସ୍ୟ ସିଂରାୟ ଦେଓଗାମ, ମାନସିଂ ହୋ, ବିନୋଦ ନାଏକ, ବାପୁନ୍ ବାନରା, ରଜତ ଉଗ୍ରସାଣ୍ଡି, ବିର୍ସା ଦାସ, ସଦସ୍ୟା ରଶ୍ମିତା ନାଏକ ପ୍ରମୁଖ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ