ଭଦ୍ରକ, ୧୨ ଅକ୍ଟୋବର (ହି.ସ.) - ଭଦ୍ରକର ସର୍ବ ପୁରାତନ ପୁସ୍ତକ ବ୍ୟବସାୟୀ ତଥା ପୁରୁଣାବଜାର ଅଂଚଳର ସୁନାମଧନ୍ୟ ସମାଜସେବୀ ହରେକୃଷ୍ଣ ସାହୁ (ନାଲୁ ବାବୁ) ଙ୍କର ଆଜି ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଜଣେ ଦରଦୀ, ବନ୍ଧୁବତ୍ସଳ, ଅମାୟିକ, ମିଷ୍ଟଭାଷୀ ପରୋପକାରୀ ମଣିଷ ଥିଲେ। ସେ କିଛିଦିନ ଧରି ଅସୁସ୍ଥ ଥାଇ ଭଦ୍ରକର ବନ୍ତଛକସ୍ଥିତ ତାଙ୍କ ବାସଭବନରେ ରୋଗଶଯ୍ୟାରେ ପୀଡିତ ଥିଲେ। ତାଙ୍କର ଏହି ମୃତ୍ୟୁ ଖବର ପାଇ ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଶେଷ ଦର୍ଶନ କରିଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁତ୍ର ବିଶ୍ୱ ହିନ୍ଦୁ ପରିଷଦର ସକ୍ରୀୟ ସଦସ୍ୟ ପ୍ରଶାନ୍ତ ସାହୁ (ବାବୁ) ଉପସ୍ଥିତ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ