କବି ଲୋକନାଥ ନାଗଙ୍କ ସମ୍ବଲପୁରୀ କବିତା ସଂକଳନ ଇ' ଖେପି' ଉନ୍ମୋଚିତ
ସମ୍ବଲପୁର, ୧୨ ଅକ୍ଟୋବର(ହି.ସ.) – କଲମ'' ପରିବାର ପକ୍ଷରୁ ସାହିତ୍ୟ ଆସର ହୃଦୟର ଅନୁଭବ ଓ ଯନ୍ତ୍ରଣାରୁ ସୃଷ୍ଟି ହୁଏ କବିତା। ମଣିଷର ଅନୁଭବ ଓ ଯନ୍ତ୍ରଣାରୁ ସୃଷ୍ଟି ହୋଇଥାଏ କବିତା। ସମାଜର ଚଳଣି ଭିତରେ ଲୁଚିରହିଥାଏ ଅନେକ ଅକୁହା କଥା। ସ୍ରଷ୍ଟା ତାର କଲମ ଗାରରେ ସୃଷ୍ଟି କରିଯାଏ ଅନେକ ଅକୁହା କାହାଣୀ
କବି ଲୋକନାଥ ନାଗଙ୍କ ସମ୍ବଲପୁରୀ କବିତା ସଂକଳନ 'ଇ' ଖେପି'  ଉନ୍ମୋଚିତ


କବି ଲୋକନାଥ ନାଗଙ୍କ ସମ୍ବଲପୁରୀ କବିତା ସଂକଳନ 'ଇ' ଖେପି'  ଉନ୍ମୋଚିତ


କବି ଲୋକନାଥ ନାଗଙ୍କ ସମ୍ବଲପୁରୀ କବିତା ସଂକଳନ 'ଇ' ଖେପି'  ଉନ୍ମୋଚିତ


ସମ୍ବଲପୁର, ୧୨ ଅକ୍ଟୋବର(ହି.ସ.) – କଲମ' ପରିବାର ପକ୍ଷରୁ ସାହିତ୍ୟ ଆସର ହୃଦୟର ଅନୁଭବ ଓ ଯନ୍ତ୍ରଣାରୁ ସୃଷ୍ଟି ହୁଏ କବିତା। ମଣିଷର ଅନୁଭବ ଓ ଯନ୍ତ୍ରଣାରୁ ସୃଷ୍ଟି ହୋଇଥାଏ କବିତା। ସମାଜର ଚଳଣି ଭିତରେ ଲୁଚିରହିଥାଏ ଅନେକ ଅକୁହା କଥା। ସ୍ରଷ୍ଟା ତାର କଲମ ଗାରରେ ସୃଷ୍ଟି କରିଯାଏ ଅନେକ ଅକୁହା କାହାଣୀ। କଲମ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ସାହିତ୍ୟ ସଭାରେ ଉନ୍ମୋଚିତ ହୋଇଛି କବି ଲୋକନାଥ ନାଗଙ୍କର ଏମିତି କିଛି କବିତାକୁ ନେଇ ସଂକଳିତ କବିତା ପୁସ୍ତକ ଇ' ଖେପି’।

ଆଜିର ଏହି ସାହିତ୍ୟ ଆସରରେ ମୁଖ୍ୟ ଅତିଥି ଭାବରେ ଜ୍ୟୋତି ବିହାର, ବୁର୍ଲା ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ଼. ଶୁକମୁନି ମେହେର, ସମ୍ମାନିତ ଅତିଥି ଭାବରେ ସାହିତ୍ୟିକ ମୁକ୍ତକଣ୍ଠ ପ୍ରଧାନ ଓ ମୁଖ୍ୟବକ୍ତା ଭାବରେ କଳାପାଣି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ମୋହନ ସେଠ ପ୍ରମୁଖ ଯୋଗ ଦେଇଥିବାବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସମ୍ପାଦକ କ୍ଷେତ୍ରମଣୀ ବିଭାର। ଏହି ଅବସରରେ ସ୍ୱାଗତ ବକ୍ତବ୍ୟ ଓ ଅତିଥି ପରିଚୟ କରିଥିଲେ କଲମ ପରିବାରର ସଭାପତି ତଫିଜୁଲ ହୁସେନ, ସମୀକ୍ଷକ ଭାବେ ଡ଼. ସୁଧାଂଶୁ ଷଣ୍ଢ ଲୋକନାଥ ନାଗଙ୍କ କବିତା ସଂକଳନ 'ଇ' ଖେପି'ର ସମୀକ୍ଷା କରିଥିଲେ। ପୁସ୍ତକର ସ୍ରଷ୍ଟା କବି ଲୋକନାଥ ନାଗ ସାମାଜିକ ବ୍ୟବସ୍ଥାରେ ଜାତିପ୍ରଥା ଦ୍ୱାରା ମଣିଷ ଭିତରେ ଘଟିଯାଉଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ବାଲ୍ୟକାଳରୁ ବିଭିନ୍ନ ସ୍ତରରେ ସାମ୍ନା କରିଆସିଥିବା ଘଟଣା ହିଁ ଏହି କବିତା ଲେଖିବାର ପ୍ରେରଣା ଦେଇଥିବା ସୂଚନା ଦେଇଥିଲେ।

ମୁଖ୍ୟ ଅତିଥି ଡ଼. ମେହେର କହିଲେ ଯେ, ନିର୍ଦ୍ୱନ୍ଦରେ ପ୍ରତ୍ସୟେକ ସମସ୍ୟାକୁ ସାମ୍ନା ଆଣିବାର ପ୍ରୟାସ ଜାରି ରଖିବା ହିଁ ପ୍ରକୃତ ସାହିତ୍ୟ ସ୍ରଷ୍ଟାର କାର୍ଯ୍ୟ, ଯାହାକି ଲୋକନାଥ କରି ପାରିଛନ୍ତି। ମୁଖ୍ୟବକ୍ତା ଡ଼. ମୋହନ ସାହୁ ଜୀବନର ଦ୍ୱନ୍ଦ ହିଁ ମଣିଷକୁ କଲମ ଚଳେଇବାକୁ ବାଧ୍ୟ କରେ। ସମ୍ମାନିତ ଅତିଥି ଶ୍ରୀ ପ୍ରଧାନ କହିଲେ ସମସ୍ୟା ଜାତିବାଦ ନୁହେଁ, ସମସ୍ୟା ସବୁଠି ରହିଛି। ସବୁକିଛିକୁ ସାମ୍ନା କରି ଆଗକୁ ବଢିବା ହିଁ ଜୀବନ। ଶେଷରେ ଅନୁଷ୍ଠିତ ହୋଇଥିବା ବହୁଭାଷୀ କବିତା ଉତ୍ସବରେ ଅଳକା ମହାପାତ୍ର, ସବିତା ମିଶ୍ର, ତରଣୀ ସେନ୍ ମେହେର, ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ସୂର୍ଯ୍ୟ ପାଣିଗ୍ରାହୀ, ସୁଷମା ପ୍ରଧାନ, ପିଂଟୁରଣବିଡା, ବିଭୁତି ଭୂଷଣ ମିଶ୍ର, ପ୍ରଭାଞ୍ଜନ ପୁରୋହିତ, ପ୍ରମୋଦ କୁମାର ମିଶ୍ର, ତଫିଜୁଲ ହୁସେନ, କ୍ଷେତ୍ରମଣୀ ବିଭାର, ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ଆଲୋକ କୁମାର ଦାସ,ବୃନ୍ଦାବନ ପ୍ରଧାନ, ସୁମିତ୍ରା ବାଗ ପ୍ରମୁଖ ସ୍ୱରଚିତ କବିତା ଆବୃତି କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande