କୋରାପୁଟ ଇପିଏଫ୍ ପେନସନର୍ସ ଆସୋସିଏସନ୍ ର ବୈଠକ
ଜୟପୁର, ୧୨ ଅକ୍ଟୋବର (ହି.ସ.)- ଜୟପୁର ଯାଦବ ଭବନ ଠାରେ କୋରାପୁଟ ଇପିଏଫ୍ ପେନସନର୍ସ ଆସୋସିଏସନ୍ ର ବୈଠକ ସଭାପତି ନଳିନୀକାନ୍ତ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସଭାରେ ଆଲୋଚନା ପାଇଁ ସଭାପତି ସଭ୍ୟ ସଂଗ୍ରହ ଓ ନବୀକରଣ, ସର୍ବନିମ୍ନ ପେନସନ୍ ମାସିକ ୯୦୦୦/ ଟଙ୍କା ସହ ସ୍ୱାସ୍ଥ୍ୟ ସେବା
କୋରାପୁଟ ଇପିଏଫ୍ ପେନସନର୍ସ ଆସୋସିଏସନ୍ ର  ବୈଠକ


ଜୟପୁର, ୧୨ ଅକ୍ଟୋବର (ହି.ସ.)- ଜୟପୁର ଯାଦବ ଭବନ ଠାରେ କୋରାପୁଟ ଇପିଏଫ୍ ପେନସନର୍ସ ଆସୋସିଏସନ୍ ର ବୈଠକ ସଭାପତି ନଳିନୀକାନ୍ତ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସଭାରେ ଆଲୋଚନା ପାଇଁ ସଭାପତି ସଭ୍ୟ ସଂଗ୍ରହ ଓ ନବୀକରଣ, ସର୍ବନିମ୍ନ ପେନସନ୍ ମାସିକ ୯୦୦୦/ ଟଙ୍କା ସହ ସ୍ୱାସ୍ଥ୍ୟ ସେବା , ମହଙ୍ଗା ଭତ୍ତା ଯୋଡ଼ିବା ପାଇଁ ଆନ୍ଦୋଳନ, ଉଚ୍ଚ ହାର ପେନସନ୍ ପାଇଁ ପ୍ରଚେଷ୍ଟା,ଅଷ୍ଟମ ରାଜ୍ୟ ସ୍ତରୀୟ ବାର୍ଷିକ ସମ୍ମିଳନୀ, ଅବିଭକ୍ତ କୋରାପୁଟ ଜିଲ୍ଲାର ମିଳିତ ସମ୍ମିଳନୀ ଆଦି ପ୍ରସ୍ତାବ ରଖିଥିଲେ। ସେବା କାଗଜ କଳ ଶ୍ରମିକ ସଂଘ ର ସଭାପତି ଶ୍ରୀ ପ୍ରମୋଦ କୁମାର ମହାନ୍ତି ଉଚ୍ଚ ହାର ପେନସନ୍ ସମ୍ବନ୍ଧରେ ସୂଚନା ଦେଇ କହିଥିଲେ ଯେ, କେସିସି ବ୍ୟାଙ୍କ ଏବଂ ଅନ୍ୟ କେତେକ ସଂସ୍ଥା ରେ ଅବସରପ୍ରାପ୍ତ ଶ୍ରମିକ କର୍ମଚାରୀ ମାନେ ଉଚ୍ଚ ହାର ପେନସନ୍ ପାଇଁ ଯୋଗ୍ୟ ବିବେଚିତ ହୋଇ ପାଉଛନ୍ତି କିନ୍ତୁ ଅଧିକାଂଶ ସ୍ଥଳରେ ଆବେଦନ କରିଥିବା କର୍ମଚାରୀ ମାନଙ୍କ ଆବେଦନ ଖାରଜ ହୋଇଛି । ଏହାର କାରଣ ଦର୍ଶାଇ ପୂନର୍ବାର ପଦକ୍ଷେପ ନେବାକୁ ରାଜ୍ୟ ଓ ଜାତୀୟ ସ୍ତରର ନେତୃତ୍ୱଙ୍କୁ ନିବେଦନ କରାଯାଇଛି। କିନ୍ତୁ, ସର୍ବନିମ୍ନ ପେନସନ ପାଇଁ ଆନ୍ଦୋଳନ ସଫଳ ହେବା ପର୍ଯ୍ୟନ୍ତ ଅନବରତ ଲାଗି ରହିବ । ସେଥିପାଇଁ ଆଗାମୀ ନଭେମ୍ବର ୧୬ ତାରିଖ ଦିନ ସମଗ୍ର ଦେଶରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯିବ । ଜିଲ୍ଲା ସଂଗଠନର ନେତା ଦୁର୍ଗା ପ୍ରସାଦ ଦାଶ ଆଗାମୀ ନଭେମ୍ବର ତିନି ତାରିଖ ପୂର୍ବରୁ ନୂତନ ସଭ୍ୟ ସଂଗ୍ରହ ଓ ନବୀକରଣ କାର୍ଯ୍ୟ ସାରି ସ୍ୱତନ୍ତ୍ର ପାଣ୍ଠି ସଂଗ୍ରହ ପାଇଁ ନିବେଦନ କରିଥିଲେ । ଅଷ୍ଟମ ରାଜ୍ୟ ସମ୍ମିଳନୀ ରେ ଯୋଗ ଦେବା ପାଇଁ ଅକ୍ଟୋବର ଶେଷ ସପ୍ତାହରେ ବୈଠକ ଅନୁଷ୍ଠିତ ହେବ। ତା' ସହ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ଇପିଏଫ୍ ପେନସନଭୋଗୀ ମାନଙ୍କର ବୈଠକକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

ଆଜିର ସଭାରେ ସର୍ବଶ୍ରୀ ପି ଗୈ।ରୀ ଶଙ୍କର ରାଓ, ବସନ୍ତ ବେହେରା, ଜି.ପ୍ରସାଦ ରାଓ, କିଶୋର ଚନ୍ଦ୍ର ପଣ୍ଡା, ସୁଦର୍ଶନ ବିଷୋୟୀ, ଭାସ୍କର ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande