ହରଗୈ।ରୀଙ୍କ ପୀଠରେ କୁଙ୍କୁମ ପୂଜା, ଭାଗନେଲେ ଶତାଧିକ ମହିଳା
ସୁବର୍ଣ୍ଣପୁର, ୧୨ ଅକ୍ଟୋବର (ହି.ସ.)- ହରଗୈ।ରୀ ଯାତ୍ରାର ସପ୍ତମ ଦିବସରେ ବହୁ ପ୍ରତିକ୍ଷିତ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଯାଇଛି । ଢେରାପଡାରେ ଅନୁଷ୍ଠିତ ହରଗୈ।ରୀ ଯାତ୍ରା ସମୟରେ ଏହି କୁଙ୍କୁମ ପୂଜାରେ ବସିବା ପାଇଁ ସମସ୍ତ ମହିଳାଙ୍କ ମଧ୍ୟରେ ଅନେକ ଅପେକ୍ଷା ଥାଏ। କୁଙ୍କୁମ ପୂଜା ସଧବା ନାରୀ ଓ ଅବ
ହରଗୈ।ରୀ ଙ୍କ ପୀଠରେ କୁଙ୍କୁମ ପୂଜା ଭାଗନେଲେ ଶତାଧିକ ମହିଳା


ସୁବର୍ଣ୍ଣପୁର, ୧୨ ଅକ୍ଟୋବର (ହି.ସ.)- ହରଗୈ।ରୀ ଯାତ୍ରାର ସପ୍ତମ ଦିବସରେ ବହୁ ପ୍ରତିକ୍ଷିତ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଯାଇଛି । ଢେରାପଡାରେ ଅନୁଷ୍ଠିତ ହରଗୈ।ରୀ ଯାତ୍ରା ସମୟରେ ଏହି କୁଙ୍କୁମ ପୂଜାରେ ବସିବା ପାଇଁ ସମସ୍ତ ମହିଳାଙ୍କ ମଧ୍ୟରେ ଅନେକ ଅପେକ୍ଷା ଥାଏ। କୁଙ୍କୁମ ପୂଜା ସଧବା ନାରୀ ଓ ଅବିବାହିତ ଯୁବତୀ ମାନେ କରିଥାନ୍ତି। ଏହାଦ୍ବାରା ଅନେକ ପୂଣ୍ୟଫଳ ପ୍ରାପ୍ତି ହେବାସହ ପରିବାରରେ ସୁଖଶାନ୍ତି, ଆରୋଗ୍ୟ ତଥା ଐଶ୍ୱର୍ଯ୍ୟ ଓ ଯଶପ୍ରାପ୍ତି ହୋଇଥାଏ ବୋଲି ମନେ କରାଯାଏ । ତେଲୁଗୁ ପାନ୍ତୁଲୁ ଆଦିୱ।ନୀ ଦୁର୍ଗାପ୍ରସାଦଙ୍କ ଗୁରୁ ଗମ୍ଭୀର ମନ୍ତ୍ରୋଚ୍ଚାରଣ ଓ ବ୍ରତଧାରୀଙ୍କ ହୁଳହୁଳିରେ ସମଗ୍ର ପୂଜାସ୍ଥଳିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସାଂସାରିକ ଶୁଭ୍ରତା, ଶାନ୍ତି ଓ ମହିଳାଙ୍କ ଆୟୁ, ସୋଭାଗ୍ୟ ପ୍ରାପ୍ତି ପାଇଁ ଏହି କୁଙ୍କୁମ ପୂଜା କରାଯାଇଥାଏ । ସେପଟେ ପ୍ରାତଃ ସମୟରୁ ମା ବୁଢିମାଙ୍କ ଠାରେ ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାପାଠ ସହ ହରଗୈ।ରୀଙ୍କ ପୀଠରେ ସୁପ୍ରଭାତମ୍, ମହାପୂଜା ଓ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା। ଆଜି କର୍ତ୍ତା ଭାବରେ ରମୁ ଅଗ୍ରୱାଲ ଓ ଗୁତୁ ଲିଙ୍ଗରାଜ ପାତ୍ର ସପତ୍ନୀକ କାର୍ଯ୍ୟ ତୁଲାଇଥିଲେ। ସଂଧ୍ୟାରେ ହରଗୈ।ରୀଙ୍କୁ ସ୍ଵ ଆସ୍ଥାନରୁ ଆଣି ନଗର ପରିକ୍ରମା କରାଇ ବିଭିନ୍ନ ଦ୍ୱାର ସାମ୍ନାରେ ଶ୍ରଦ୍ଧାଳୁ ହରଗୈ।ରୀଙ୍କ ପୂଜା କରିଥିଲେ। ଆଜି ହରଙ୍କୁ ରାଉରକେଲାର ରିଙ୍କୁ ପାତ୍ର ଓ ଗୈାରୀଙ୍କୁ ମାଥିଲିର ନମ୍ରତା ପାତ୍ର ମୁଣ୍ଡରେ ବୋହି ବିଭିନ୍ନ ସାହି ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁରର ପଞ୍ଚବାଦ୍ୟ ଅନୁଷ୍ଠାନ ପକ୍ଷରୁ ଲୋକନାଚ ଗୀତ ପରିବେଷଣରେ ଢେର ରାତି ଯାଏ ଲୋକେ ମଜା ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande