ଗଜଲକ୍ଷ୍ମୀଙ୍କ ନିକଟରେ କୁଙ୍କୁମାର୍ଚ୍ଚନା ପୁଜା
ଜୟପୁର, ୧୨ ଅକ୍ଟୋବର (ହି.ସ.)- ଜୟପୁର ରାଜାନହର ଛକରେ ଧୁମ ଧାମରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୁଜା । ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ପୁଜା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପୁଜା ଅନୁଷ୍ଠିତ ହେବ । ଜୟପୁର ରାଜାନହର ଛକ ଠାରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୁଜା ମହୋତ୍ସବରେ ଆଜି କୁଙ୍କୁମାର୍ଚ୍ଚନା ପୁଜା ଆ
ଗଜ ଲକ୍ଷ୍‌ମୀଙ୍କ ନିକଟରେ କୁଙ୍କୁମାଚ୍ଚନା ପୁଜା


ଜୟପୁର, ୧୨ ଅକ୍ଟୋବର (ହି.ସ.)- ଜୟପୁର ରାଜାନହର ଛକରେ ଧୁମ ଧାମରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୁଜା । ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ପୁଜା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପୁଜା ଅନୁଷ୍ଠିତ ହେବ । ଜୟପୁର ରାଜାନହର ଛକ ଠାରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୁଜା ମହୋତ୍ସବରେ ଆଜି କୁଙ୍କୁମାର୍ଚ୍ଚନା ପୁଜା ଆୟୋଜନ ହୋଇଥିଲା । ମହିଳା ମାନେ ଚନ୍ଦନ, ସିନ୍ଦୁର, ଫୁଲ, ହଳଦିଆ ଫୁଲ, ଧୁପକାଠି, କୁଙ୍କୁମ, ପାନ ପତ୍ର, ନଡିଆ, କଦଳୀ ଆଦି ଧରି ପୁଜାରେ ସାମିଲ ହୋଇଥିଲେ । ପୁଜକ କୃଷ୍ଣ ଚନ୍ଦ୍ର ଦାସ ଓ ଓମ କାର ନାଥ ପାଢୀ ଲକ୍ଷ୍‌ମୀଙ୍କୁ କୁଙ୍କୁମା ଅଭିଷେକ, ହରିଦ୍ର। ଅଭିଷେକ, ଜଳା ଅଭିଷେକ, ହୋମ, ଯଜ୍ଞ କରାଯାଇଥିଲା । ଶତାଧିକ ମହିଳା ଏହି ପୁଜାରେ ସାମିଲ ହୋଇଥିବା ବେଳେ ପୁଜା କମିଟି ତରଫରୁ ସବୁ ବ୍ୟବସ୍ଥା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande