ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କଲେଜ ଛକ ବଲାଙ୍ଗିରରେ ଆଧାରସ୍ତର ମାତୃ କର୍ମଶାଳା
ବଲାଙ୍ଗିର, ୧୨ ଅକ୍ଟୋବର (ହି.ସ.)- କଲେଜ ଛକ ଶିଶୁ ମନ୍ଦିରରେ ମାତୃକର୍ମଶାଳା’ ଆଜି ଅନୁଷ୍ଠିତ ହୋଇଯାଇଛି । ସକାଳ ୧୦ଟା ରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ୩୦ ମିନିଟରେ ସମାପ୍ତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମା ଅନୀତା ହୋତା ଉପସ୍ଥିତ ରହି ମା’ମାନଙ୍କୁ ଶିଶୁର ସର୍ବା
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଲେଜଛକ ବଲାଙ୍ଗିର ରେ   ଆଧାରସ୍ତର ମାତୃକର୍ମଶାଳା

ବଲାଙ୍ଗିର, ୧୨ ଅକ୍ଟୋବର (ହି.ସ.)- କଲେଜ ଛକ ଶିଶୁ ମନ୍ଦିରରେ ମାତୃକର୍ମଶାଳା’ ଆଜି ଅନୁଷ୍ଠିତ ହୋଇଯାଇଛି । ସକାଳ ୧୦ଟା ରୁ

ଆରମ୍ଭ ହୋଇ ଅପରାହ୍ଣ ୪ଟା ୩୦ ମିନିଟରେ ସମାପ୍ତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମା ଅନୀତା ହୋତା ଉପସ୍ଥିତ ରହି ମା’ମାନଙ୍କୁ ଶିଶୁର ସର୍ବାଙ୍ଗୀନ ବିକାଶ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସମ୍ପାଦକ ମା ନୀଳାଚଳ ଚିରଗୁନ, ଉପସଭାପତି ଡଃ. ଗୋଦାବରୀଶ ରଥ, ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର କୁମାର ମିଶ୍ର ଉପସ୍ଥିତ ଥିଲେ । ଆଧାରସ୍ତର ପ୍ରମୁଖ ରତ୍ନପ୍ରଭା ଦାସ ପରିଚୟ ପ୍ରଦାନ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଗୁରୁମା ସନ୍ତୋଷିନୀ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ମା’ ମାନଙ୍କୁ ନେଇ ବିଭିନ୍ନ ଶୈକ୍ଷିକ କାଳା°ଶ କରାଯାଇଥିଲା । ଏଥି ସହିତ ମା’ମାନଙ୍କର କଳା ପ୍ରଦର୍ଶନ, ଖେଳ ଇତ୍ୟାଦି ରଖାଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଭାଷା କାଳା°ଶ ଗୁରୁମା ସନ୍ତୋଷିନୀ ସାହୁ, ଗଣିତ କାଳା°ଶ ଗୁରୁଜୀ ବିକାଶ ସାହୁ ଏବଂ ଇ ସି ସି ଇ କାଳା°ଶ ପ୍ରଧାନ ଆଚାର୍ଯ୍ୟ ନେଇଥିବା ବେଳେ ପରୀକ୍ଷା ସମ୍ବନ୍ଧିତ ବିଷୟରେ ଗୁରୁଜୀ କୃଷ୍ଣଚନ୍ଦ୍ର ରଣା ସମ୍ୟକ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ଶେଷରେ ସେବିକ ସମିତି ଶାଖା ଲଗାଯାଇ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande