ପୁଣି ସହରରୁ ମୋବାଇଲ ଛିନତାଇ
ବାରିପଦା, ୧୧ ଅକ୍ଟୋବର (ହି.ସ.)- ବାରିପଦା ସହରରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ପୁଣି ଦୁର୍ବୁତମାନେ ମୋବାଇଲ ଛିନତାଇ କରିଛନ୍ତି। ଏନେଇ ତୁଳସୀଚୌରା ଅଂଚଳର ବିଶାଳ ପାରମାର ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସକାଳୁ ସେ ପରିବା କିଣିବା ପାଇଁ କଚେରୀ ମାର୍କେଟକୁ ଆସିଥିଲେ। ସ
ପୁଣି ସହରରୁ ମୋବାଇଲ ଛିନତାଇ


ବାରିପଦା, ୧୧ ଅକ୍ଟୋବର (ହି.ସ.)- ବାରିପଦା ସହରରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ପୁଣି ଦୁର୍ବୁତମାନେ ମୋବାଇଲ ଛିନତାଇ କରିଛନ୍ତି। ଏନେଇ ତୁଳସୀଚୌରା ଅଂଚଳର ବିଶାଳ ପାରମାର ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସକାଳୁ ସେ ପରିବା କିଣିବା ପାଇଁ କଚେରୀ ମାର୍କେଟକୁ ଆସିଥିଲେ। ସେଠାରେ ପରିବା କିଣିବା ବେଳେ ମୋବାଇଲ ଦୁର୍ବୁତମାନେ ଛିନତାଇ କରିଥିଲେ। ତେବେ ଦୁର୍ବୁତ ମୋବାଇଲ ଫୋନ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ସୁଦ୍ଧା ସେ ଧରି ପାରିନଥିଲେ। ଏନେଇ ଥାନାରେ ଅଭିଯୋଗକ୍ରମେ ତଦନ୍ତ ଜାରି ରହିଛି। ସହରରେ ଚୋରି ଓ ଛିନତାଇ ମାତ୍ରାଧିକ ଭାବେ ବୃଦ୍ଧି ପାଇଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande