ଭଦ୍ରକ, ୧୨ ଅକ୍ଟୋବର (ହି.ସ.) - ରାଜସ୍ଥାନର ଦଉସା ରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ଉପ କନିଷ୍ଠ (୧୭ ବର୍ଷରୁ କମ୍) ଟେନିସବଲ କ୍ରିକେଟପ୍ରତିଯୋଗିତା ଟି ୧୪ ଅକ୍ଟୋବର ରୁ ଆରମ୍ଭ ହୋଇ ୧୯ ଅକ୍ଟୋବର,୨୦୨୫ ରେ ସମାପ୍ତ ହେବ ।ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ତାର ୧୬ ଜଣ ବାଳକ ଖେଳାଳୀ ଙ୍କ ନାମ ଘୋଷଣା କରିଛି , ବାଳକ ଦଳରେ ଭଦ୍ରକ ଜିଲ୍ଲାରୁ ୩ ଜଣ ପ୍ରମୁଖ ସ୍ଥାନ ପାଇଛନ୍ତି । ସେମାନେ ହେଲେ ରୁଦ୍ର ଚନ୍ଦନ ଦାସ୍, ଅରୋଶିଷ୍ ବେହେରା ଓ ସାଇ ଶ୍ରବଣ କୁମାର ଧଳ । ଶ୍ରବଣ ଓ ରୁଦ୍ର ଏସବିଡ଼ି ଇଂଟରନେସନାଲ୍ ସ୍କୁଲ ରେ ଅଷ୍ଟମ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ବେଳେ ଅରୋ ଡିଏଭିି ସ୍କୁଲରେ ନବମ ଶ୍ରେଣୀ ରେ ଅଧ୍ୟୟନ କରୁଛନ୍ତି ଏହି ସଫଳତା ନିମନ୍ତେ ଭଦ୍ରକ ଜିଲ୍ଲା ଟେନିସ ବଲ କ୍ରିକେଟ ସଂଘର ସଂପାଦକ ମନୋଜ କୁମାର ସାହୁ , ସଭାପତି ଦେବବ୍ରତ ଜେନା, କାର୍ଯ୍ୟକାରୀ ସଭାପତି ତନ୍ମୟ ମହାନ୍ତି , ଉପ ସଭାପତି ଗୌରହରି ମଣ୍ଡଳ ମନୋଜ ଦାସ, ପବିତ୍ର ମୋହନ ଖିଲାର ' ସହିଦ୍ ଖାନ୍ , ସହ ସଂପାଦକ ପ୍ରହଲ୍ଲାଦ ପଣ୍ଡା କୋଷାଧକ୍ଷ ସ୍ୱୟଂଭୁ ପ୍ରସାଦ ଦାଶ, ମୁଖ୍ୟ ଉପଦେଷ୍ଟା ତପନ କୁମାର ମିଶ୍ର ଓ କ୍ରିକେଟ କୋଚ୍ ଅସିତ୍ ଦାସ୍ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ