ଓଡ଼ିଶା କ୍ୟାନସର ହେଲ୍ପଲାଇନ ଉଇଙ୍ଗିସ କୁଶଳେଶ୍ୱର ମନ୍ଦିରରେ ବୈଠକ
ଘଟଗାଁ, ୧୨ ଅକ୍ଟୋବର(ହି.ସ.) – ଘଷିପୁରା ବ୍ଲକର ଦେଓଗାଁ ଠାରେ ଓଡ଼ିଶା କ୍ୟାନସର ହେଲ୍ପଲାଇନ ଉଇଙ୍ଗିସ ପକ୍ଷରୁ ସ୍ଥାନୀୟ କୁଶଳେଶ୍ୱର ମହାଦେବଙ୍କ ମନ୍ଦିର ପରିସର ମଧ୍ୟରେ ଉଇଙ୍ଗିସର ସଭାପତି ଶଙ୍କର୍ଷଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ବିଭିନ୍ନ ଅଂଚଳରେଥିବା କ୍ୟାନସର ପୀଡ଼ିତ ରୋ
ଓଡିଶା କ୍ୟାନସର ଯୁଇଙ୍ଗ ସ ବୈଠକ


ଘଟଗାଁ, ୧୨ ଅକ୍ଟୋବର(ହି.ସ.) – ଘଷିପୁରା ବ୍ଲକର ଦେଓଗାଁ ଠାରେ ଓଡ଼ିଶା କ୍ୟାନସର ହେଲ୍ପଲାଇନ ଉଇଙ୍ଗିସ ପକ୍ଷରୁ ସ୍ଥାନୀୟ କୁଶଳେଶ୍ୱର ମହାଦେବଙ୍କ ମନ୍ଦିର ପରିସର ମଧ୍ୟରେ ଉଇଙ୍ଗିସର ସଭାପତି ଶଙ୍କର୍ଷଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ବିଭିନ୍ନ ଅଂଚଳରେଥିବା କ୍ୟାନସର ପୀଡ଼ିତ ରୋଗୀମାନଙ୍କୁ ଚିହ୍ନଟ କରିବା ସହିତ କ୍ୟାନସର ରୋଗ ର ନିରାକରଣ ବିଷୟରେ ଉକ୍ତ ବୈଠକରେ ଆଲୋଚନା କରାଯାଇ ଥିଲା। ଏହାସହିତ କ୍ୟାନସର ରୋଗ ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ମହାବିଦ୍ୟାଳୟରେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା କ୍ୟାନସର ସଚେତନତା କାର୍ଯ୍ୟକ୍ରମ କରିବା ନିମନ୍ତେ ପ୍ରୟାସ କରାଯିବ ବୋଲି ଏହି ବୈଠକରେ ସ୍ଥିର କରାଯାଇଅଛି। ଏହାସହିତ ଏହି କାର୍ଯ୍ୟକ୍ରମ କୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ମଧ୍ୟ ଏହି ବୈଠକରେ ନିଷ୍ପତି ଗ୍ରହଣ କରଯାଇଅଛି। ଏହି ବୈଠକରେ ସଭାପତି ଶଙ୍କର୍ଷଣ ଜେନାଙ୍କ ସହିତ ସମ୍ପାଦିକା ରଶ୍ମୀ ରେଖା ପାତ୍ରଙ୍କ ସମେତ ଅମର କୁମାର ପାତ୍ର ପ୍ରଦୀପ କୁମାର ପଣ୍ଡା, କମଳଲୋଚନ ବିଶ୍ୱାଳ,ଶ୍ରୀରାମ ଚଂଦ୍ର ସାହୁ, ମୈସୁମୀ ମହାନ୍ତି, ଅରବିନ୍ଦ ସାହୁ ଚିତ୍ରସେନ ମହାନ୍ତି, ସତ୍ୟଜିତ ସାହୁ ନୃସିଂହ ଜେନା ବନମାଳୀ ସାହୁ ସୁମିତ୍ରା ତ୍ରିପାଠୀ ମମତା ପାଢୀ, ମାଳତୀ ପଣ୍ଡା, ଜଗବନ୍ଧୁ ପଣ୍ଡା, ମନୋରଞ୍ଜନ ପତି, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande