ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଂଚିଲେ ପ୍ରସନ୍ନ ପାଢ଼ୀ
ଭୁବନେଶ୍ୱର,୧୨ ଅକ୍ଟୋବର (ହି.ସ.) ମୁଁ ଖୁସି ନଥିଲେ କ’ଣ ହେବ, ମୁଁ ପ୍ରାର୍ଥୀ ହେବା ପାଇଁ ଆଶା ରଖିଛି। ଯେଉଁ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ହୋଇନାହିଁ ସେ ପର୍ଯ୍ୟନ୍ତ ମୁଁ ଆଶା ରଖିଛି, ମୋତେ ଟିକେଟ ମିଳିଲେ ଲଢେଇ କରିବି। ଏହା କହିଛନ୍ତି ନୂଆପଡା ଉପ ନିର୍ବାଚନ ପାଇଁ ବିଜେପି ଆଶାୟୀ ପ୍ରସନ୍ନ ପାଢୀ ।
ସେ ଦଳୀୟ କାର୍ଯ୍ୟାଳୟରେ ପହଂଚିବା ପରେ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ, ବସନ୍ତ ବାବୁଙ୍କ ମାନଭଞ୍ଜନ ପାଇଁ ଡକାଯାଇଥିଲା ହେଲେ ମୋତେ କେହି ଭୁବନେଶ୍ବର ଡାକିନାହାନ୍ତି । ମୋ ବିବେକ କହିଲା ଆସିବା ପାଇଁ । ମୁଁ ଶୀର୍ଷ ନେତୃତ୍ବଙ୍କ ସହ କଥା ହେବି। ଅତୀତରେ ବିଜୁ ଜନତା ଦଳରେ ଥିଲି ୨୦୧୮ରେ ବିଜେପିକୁ ଆସିଲି। ସାମ୍ବାଦିକ ପଚାରିଲେ ଚର୍ଚ୍ଚା ହେଉଛି ବିଜେଡିକୁ ଯିବା ପାଇଁ ଉତ୍ତର ଆସିଲା ହୋଇଥାଇପାରେ, ମୋତେ ଏପର୍ଯ୍ୟନ୍ତ ଅଫର ଆସିନାହିଁ। ଜୟ ବିଜେପିରେ ମିଶିବା ପରେ କିଛି ଲୋକ ଭଲ କହୁଛନ୍ତି କିଛି ଖରାପ କହୁଛନ୍ତି। ଲୋକଙ୍କ ଭିତରେ ଅସନ୍ତୋଷ ରହିଛି। ଜୟ ଢୋଲିକିଆଙ୍କୁ ବିଜେପିକୁ ନେବା ନେଇ ଶୀର୍ଷ ନେତୃତ୍ବ ପ୍ରସାର ଭାବରେ ଆଲୋଚନା ପର୍ଯ୍ୟାଲୋଚନା କରିଥାଇପାରନ୍ତି, ମୋତେ ସେ ବିଷୟରେ ଜଣାନାହିଁ। ଜୟ ଢୋଲିକିଆ ମିଶିବା ପୂର୍ବରୁ ମୋ ସହ କେହି ଆଲୋଚନା କରିନାହାନ୍ତି । କଂଗ୍ରେସର ସ୍ଥିତି ସେଠାରେ ଭଲ ନାହିଁ। ଆଜି ବି ୩ ନମ୍ବର ଆଗକୁ ବି ୩ ନମ୍ବରରେ ରହିବେ । ଭକ୍ତ ଦାସ ଯେତେ ଆକଳନ କଲେ ବି କଂଗ୍ରେସ ଓଡ଼ିଶାରେ ପ୍ରତ୍ୟାଖ୍ୟାନ ହୋଇ ସାରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ