ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.) ତିନି ଜଣଙ୍କୁ ଗିରଫ କରିଥିବା ପଶ୍ଚିମ ବଙ୍ଗ ସରକାର କହୁଛନ୍ତି କିନ୍ତୁ ମୁଖ୍ୟ ଅଭିଯୁକ୍ତଙ୍କୁ କେବେ ଗିରଫ କରିବେ ବୋଲି ପ୍ରଶ୍ନ କରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଦୁଷ୍କର୍ମ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି ।
ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ସେ ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଏ ବିଷୟରେ ଆଲୋଚନା କରିବେ । ସେ ସ୍ଥାନୀୟ ଏସ ପିଙ୍କ ସହିତ ମଧ୍ୟ ଆଲୋଚନା କରିବେ ।
ସେ କହିଛନ୍ତି ଯେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ପୀଡିତାଙ୍କୁ ଭେଟିବେ ପଶ୍ଚିମ ବଙ୍ଗ ଅସାମାଜିକ ଓ ଆତଙ୍କବାଦୀଙ୍କ ଅଡ୍ଡାସ୍ଥଳ ହୋଇଯାଇଛି। କେବଳ ମହିଳାଙ୍କ ପାଇଁ ନୁହେଁ ସମସ୍ତଙ୍କ ପାଇଁ ପଶ୍ଚିମ ବଙ୍ଗ ଏବେ ଅସୁରକ୍ଷିତ ବୋଲି କହିଛନ୍ତି ବାଲେଶ୍ୱର ସାଂସଦ । ଅନୁପ୍ରବେଶକାରି ଅଡ୍ଡାରେ ପରିଣତ ହୋଇଛି ଏବଂ ପଶ୍ଚିମ ବଙ୍ଗ ସରକାର ସହଯୋଗୀ ଅଛନ୍ତି | ନିରୀହ ଛାତ୍ରୀ କେତେ ବଳି ପଡ଼ିବେ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଷଡଙ୍ଗୀ
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ