ଦୁର୍ଗାପୁର ମେଡିକାଲ କଲେଜର ପୀଡିତାଙ୍କୁ ନ୍ଯାୟ ଦିଆଯାଉ – ପ୍ରତାପ ଷଡଙ୍ଗୀ
ଭୁବନେଶ୍ୱର,୧୨ ଅକ୍ଟୋବର (ହି.ସ.) ପଶ୍ଚିମ ବଙ୍ଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ସେ କହିଛନ୍ତି ଯେ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ସେ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଆରଜି କ
ଦୁର୍ଗାପୁର ମେଡିକାଲ କଲେଜର ପୀଡିତାଙ୍କୁ ନ୍ଯାୟ ଦିଆଯାଉ – ପ୍ରତାପ ଷଡଙ୍ଗୀ


ଭୁବନେଶ୍ୱର,୧୨ ଅକ୍ଟୋବର (ହି.ସ.) ପଶ୍ଚିମ ବଙ୍ଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ସେ କହିଛନ୍ତି ଯେ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ସେ ଦାବି କରିଛନ୍ତି ।

ସେ କହିଛନ୍ତି ଯେ, ଆରଜି କର ହସ୍ପିଟାଲ ଘଟଣାରେ ମମତା ବାନାର୍ଜୀ କଣ କଲେ ତାହା ସମସ୍ତେ ଜାଣିଛନ୍ତି। ବଙ୍ଗଳାରେ ପ୍ରତିଦିନ ପଲିଟିକାଲ ମର୍ଡର ହେଉଛି ତାହା ସମସ୍ତଙ୍କୁ ଜଣା ଅଛି। ପ୍ରତିଦିନ ସାଧାରଣ ଲୋକଙ୍କ ଜୀବନ ଯାଉଛି। ଅନୁପ୍ରବେଶକାରିକୁ ପ୍ରୋତ୍ସାହନ ଦେଉଛନ୍ତି। ଆତଂକବାଦୀଂକୁ ସୁରକ୍ଷା ଦେଉଛନ୍ତି । ତାଙ୍କ ବିଷୟରେ ଦୁନିଆ ଜାଣିଛି। ଏହି ଘଟଣାରେ ମୁଁ ନିଜେ ଯିବି। ଓଡ଼ିଶା ରେ ଯାହା ଘଟଣା ଘଟୁଛି ଓଡ଼ିଶା ସରକାର ପଦକ୍ଷେପ ନେଉଛନ୍ତି । ଆମର ଦାବି ପ୍ରଥମେ ପୀଡିତାକୁ ନ୍ୟାୟ ଦିଆଯାଉ, ସବୁ ଅପରାଧୀଙ୍କୁ ଧରାଯାଉ , ପଲିଟିକାଲ ଚାପରେ କାହାରିକୁ ଛଡିଦିଆନଯାଉ, ପୀଡିତଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ଏଵଂ ଭବିଷ୍ୟତରେ ଯେପରି ଏପରି ଘଟଣା ନଘଟେ ସେଥିପ୍ରତି ଦୃଷ୍ଟି ଦିଆଯିବା ଦରକାର।

------------------------

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande