ଭୁବନେଶ୍ୱର, 12 ଅକ୍ଟୋବର (ହି.ସ) – କବାଡ଼ି ପ୍ରତିଯୋଗିତା ପାଇଁ ୧୮ ବର୍ଷରୁ କମ୍ ଭାରତୀୟ ବାଳିକା ଦଳରେ ସମ୍ବଲପୁରର ପ୍ରିୟଙ୍କା ପ୍ରଧାନଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।
ଶ୍ରୀ ପ୍ରଧାନ ସୋସିଆଲ ମିଡିଆରେ ଲେଖିଛନ୍ତି, 'ତୃତୀୟ ଏସୀୟ ଯୁବା କବାଡ଼ି ଚାମ୍ପିୟନସିପ୍-୨୦୨୫' ବାହାରିନରେ ଅନୁଷ୍ଠିତ ହେବାକୁ ଯାଉଛି । ୧୮ ବର୍ଷରୁ କମ୍ ଭାରତୀୟ ବାଳିକା ଦଳରେ ସମ୍ବଲପୁରର ପ୍ରିୟଙ୍କା ପ୍ରଧାନ ସ୍ଥାନ ପାଇଥିବାରୁ ତାଙ୍କୁ ଶୁଭେଚ୍ଛା । ଭାରତୀୟ ଟିମ ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଆମ ଦେଶକୁ ଗୌରବାନ୍ୱିତ କରିବେ ବୋଲି ମୋର ବିଶ୍ୱାସ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ